www.samajalive.in
Sunday, December 7, 2025
16.1 C
Bhubaneswar

ଯାଜପୁର କେଲୁଅ ନଦୀରେ କୃତ୍ରିମ ଘାଇ ସୃଷ୍ଟି କରିବା ପ୍ରସଙ୍ଗ: କୃତ୍ରିମ ଘାଇ ଫଳରେ ୬୭ଟି ଗାଁ ଜଳମଗ୍ନ ହୋଇଛି, ଭୋକ ଉପାସରେ ଦିନ କାଟୁଛନ୍ତି ୫ ହଜାରରୁ ଊର୍ଦ୍ଧ୍ବ ପରିବାର

ଭୁବନେଶ୍ୱର: ଦ୍ୱାପର ଯୁଗରେ ମାମୁଁ ଭଣଜା ଯୋଡି ଯେପରି ମହାଭାରତ ଯୁଦ୍ଧର ରଚନା କରିଥିଲେ। ଠିକ୍ ସେହିପରି ଯାଜପୁର ଜିଲ୍ଲାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ମାମୁଁ ନରେନ ଜେନା ଓରଫ ବାଦଲ ଜେନା ଷଡଯନ୍ତ୍ର କରି ରାଜସ୍ୱ ଅର୍ଥକୁ ହରିଲୁଟ୍ କରିବା ପାଇଁ ବିଧିବନ୍ଧ ଯୋଜନା ଆପଣାଇଛନ୍ତି। ବିଜେଡି ଶାସନରେ ଏହି ମାମୁଁ ଭଣଜା ଯୋଡି ଡିନାମାଇଟ ଲଗାଇ କେଲୁଅ ନଦୀ ବନ୍ଧ ଭାଙ୍ଗି ଲକ୍ଷାଧିକ ଜୀବନକୁ ବିପଦ ମୁହଁକୁ ଠେଲିଦେଇଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର ପଂଚାୟତର କେଲୁଅ ନଦୀ ବନ୍ଧରେ ଡିନାମାଇଟ ଲାଗଇ ୩୦୦ ଫୁଟର କୃତ୍ରିମ ଘାଇ କରିବାରେ ମାମୁଁ ଭଣଜାଙ୍କ ହାତ ରହିଛି। ଡିନାମାଇଟ ଲଗାଇ ଘାଇ ସୃଷ୍ଟି କରିବା ଦେଶଦ୍ରୋହୀ କାର୍ଯ୍ୟ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

 

- Advertisement -

ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ଧର୍ମଶାଳାରେ ଡିନାମାଇଟ ଲଗାଇ ଡଙ୍କାରି ପାହାଡରୁ ବେଆଇନ ଭାବେ ଖଣି ଖନନ କରାଯାଇ କୋଟି କୋଟି ଟଙ୍କା ଲୁଟ୍ କରାଯାଇଛି। ସେହି ଧର୍ମଶାଳାରେ ବିଜେଡି ନେତା ମାନେ ପିଇଓ ସ୍ମିତାରାଣୀଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ। ଆଉ ଏବେ ଧର୍ମଶାଳା ବ୍ଲକରେ କୋତପୁର ପଂଚାୟତର କେଲୁଅ ନଦୀ ବନ୍ଧରେ ଡିନାମାଇଟ ଲଗାଇ କୃତ୍ରିମ ଘାଇ ସୃଷ୍ଟି କରିଛନ୍ତି। ଏବେ ଘାଇ ସୃଷ୍ଟି ହେବାଫଳରେ ୬୭ଟି ଗାଁ ଜଳମଗ୍ନ ହୋଇଛି। ୫ ହଜାରରୁ ଉଦ୍ଧ୍ୱର୍ ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି। ଏହି ଘାଇ ମନୁଷ୍ୟକୃତ ବୋଲି ଯାଜପୁର ଜିଲ୍ଲାପାଳ ଏବଂ ମୁଖ୍ୟ ଶାସନ ସଚିବ ମଧ୍ୟ ସ୍ୱୀକାର କରିଛନ୍ତି। କୃତ୍ରିମ ଘାଇ କରାଯାଇଥିବା ରାସ୍ତା ୫ଟି ପଞ୍ଚାୟତକୁ ସଂଯୋଗ କରୁଥିଲା। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ବର୍ଷ ଏହି ରାସ୍ତାକୁ ୨୪.୪୨ କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତାର ଉନ୍ନତିକରଣ କରାଯାଇଥିଲା। ଏବେ ପୁଣିଥରେ ରାଜସ୍ୱ ଅର୍ଥ ହଡପ ଆଶାରେ ରାତିଅଧିଆ ଡିନାମାଇଟ ଲଗାଇ ବନ୍ଧ ଭଙ୍ଗାଯାଇଛି। ବିଧାୟକ ଭଣଜାଙ୍କ ଛତ୍ରଛାୟା ତଳେ ମାମୁଁ ଖୁଲମଖୁଲା ବେଆଇନ କାର୍ଯ୍ୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ଡ.ସାମନ୍ତସିଂହାର କହିଛନ୍ତି। ଏହି ଘଟଣାର ତଦନ୍ତ ନ୍ୟାୟପାଳିକାର ଜଣେ ଉଚ୍ଚପଦସ୍ତ ଜଜ୍ ଙ୍କ ଅଧୀନରେ କରାଯାଉ। ବନ୍ୟା ପ୍ରପୀଡିତ ମାନଙ୍କୁ ସ୍ଥାନୀୟ ପ୍ରଶାସନ ସମସ୍ତ ପ୍ରକାରର ସୁବିଧା ଯୋଇଦେବା ପାଇଁ ଡ.ସାମନ୍ତସିଂହାର ଦାବୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories