www.samajalive.in
Saturday, December 6, 2025
16.1 C
Bhubaneswar

ଜାତୀୟ ପତାକା ଅର୍ଦ୍ଧନମିତ: ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଶୋକ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା ଶୋକବ୍ୟକ୍ତ କରିଛନ୍ତି । ସେହିପରି ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ନେତା ରାହୁଳ ଗାନ୍ଧୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଓଲି ମଧ୍ୟ ଶୋକପ୍ରକାଶ କରିଛନ୍ତି ।

- Advertisement -

ରାଷ୍ଟ୍ରପତି ରାମନାଥ କୋବିଦ ନିଜ ଟ୍ବିଟର ଆକାଉଣ୍ଟରେ ଶୋକପ୍ରକାଶ କରିବା ସହ ପ୍ରଣବ ମୁଖାର୍ଜୀଙ୍କ ସହ ତାଙ୍କର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।

ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକ ବ୍ୟକ୍ତ କରି ଦେଶ ଜଣେ ବରିଷ୍ଠ ରାଜନେତାଙ୍କୁ ହରାଇଛି । ସେ ସାଧାରଣ ପୃଷ୍ଠଭୂମିରୁ କଠିନ ପରିଶ୍ରମ, ଅନୁଶାସନ ଓ ସମର୍ପଣ ମନୋଭାବ ପ୍ରଦର୍ଶନ କରି ଦେଶର ଶୀର୍ଷ ସାମ୍ବିଧାନିକ ପଦ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ ବୋଲି ଭେଙ୍କିଆ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ ବର୍ଗ ତାଙ୍କର ସମ୍ମାନ କରୁଥିଲେ ଓ ତାଙ୍କର ମହତ୍ବପୂର୍ଣ୍ଣ ଯୋଗଦାନକୁ ସାରା ଦେଶ ସ୍ମରଣ କରିବ ।

ସେହପରି କେନ୍ଦ୍ରମନ୍ତ୍ର ପ୍ରକାଶ ଜାଭେଦକର ପୂର୍ବ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ବରିଷ୍ଠ ନେତା ଜନାର୍ଦନ ଦ୍ବିବେଦୀ କହିଛନ୍ତି ବର୍ତମାନର  କଂଗ୍ରେସ ପରମ୍ପରାରେ ପ୍ରଣବ ମୁଖାର୍ଜୀ ଏକମାତ୍ର ବ୍ୟକ୍ତି ଯାହାଙ୍କ ସହ ଦଳର ଇତିହାସ, ସଂସ୍କୃତି ଓ ରାଜନୈତିକ ଅନେକାଂଶରେ ଜଡ଼ିତ ଥିଲା ।

ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଓଲି ଟ୍ବିଟ୍ କରି ପ୍ରଣବଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ନେପାଳ ଜଣେ ଭଲ ବନ୍ଧୁଙ୍କୁ ହରାଇଲା ଓ ଭାରତ-ନେପାଳ ସମ୍ପର୍କ ଦୃଢ଼ କରିବାରେ ତାଙ୍କର ବହୁତ ବଡ଼ ଯୋଗଦାନ ଥିଲା ବୋଲି ଓଲି କହିଛନ୍ତି ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories