www.samajalive.in
Friday, December 12, 2025
16.1 C
Bhubaneswar

ଷ୍ଟାର୍ଟ ଅପ୍‌ରେ ଚାଇନା ନିବେଶର ହେବ ଯାଞ୍ଚ : ବ୍ୟବସାୟୀ ମହାସଂଘ ଦେଲା ୧୪୧ ଷ୍ଟାର୍ଟ ଅପ୍‌ର ତାଲିକା

ନୂଆଦିଲ୍ଲୀ : ଅନେକ ଭାରତୀୟ ଷ୍ଟାର୍ଟ ଅପ୍‌ଗୁଡିକରେ ଚାଇନା କମ୍ପାନୀଗୁଡିକ ବହୁ ମାତ୍ରାରେ ଅର୍ଥ ନିବେଶ କରିଛନ୍ତି । ଚାଇନା କମ୍ପାନୀର ଏହି ନିବେଶକୁ ନେଇ ଏବେ ପ୍ରଶ୍ନ ଉଠାଇଛି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)। ଦେଶରେ ଷ୍ଟାର୍ଟ ଅପ୍‌ଗୁଡିକରେ ଚାଇନା କମ୍ପାନୀଗୁଡିକ ଦ୍ବାରା କରାଯାଇଥିବା ନିବେଶର ଯାଞ୍ଚ କରିବାକୁ ମହାସଂଘ ଦାବି କରିଛି । ସିଏଆଇଟି ପକ୍ଷରୁ ଏ ନେଇ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ​‌ଗୋଏଲଙ୍କୁ ୧୪୧ ଷ୍ଟାର୍ଟ ଅପ୍‌ କମ୍ପାନୀର ତାଲିକା ପ୍ରଦାନ କରାଯାଇଛି ।ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭାରତୀୟ କମ୍ପାନୀରେ ଚାଇନା କମ୍ପାନୀଙ୍କ ଦ୍ବାରା ସୁଚିନ୍ତିତ ରଣନୀତି ଅନୁଯାୟୀ ଅର୍ଥ ନିବେଶ କରାଯାଇଛି ।ଏହାଦ୍ବାରା ଭାରତୀୟ ପ୍ରବର୍ତ୍ତନ ଏବଂ ଟେକ୍ନୋଲୋଜି କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହେଉଛି । ତେଣୁ କେଉଁ ସବୁ ଭାରତୀୟ କମ୍ପାନୀରେ ଚାଇନା ନି​‌ବେଶ ରହିଛି ତାହାର ଯାଞ୍ଚ କରିବାକୁ ସିଏଆଇଟି ଶ୍ରୀ ଗୋଏଲଙ୍କୁ ଅନୁରୋଧ କରିଛି।

ସିଏଆଇଟି ୧୪୧ ଷ୍ଟାର୍ଟ ଅପ୍‌ର ତାଲିକା ଦେଇଛି ଯେଉଁଗୁଡିକ ଆତିଥେୟତା, ଉପଭୋକ୍ତା ସାମଗ୍ରୀ, ଖାଦ୍ୟ ବିତରଣ, ସୂଚନା ପ୍ରଯୁକ୍ତି, ପେମେଣ୍ଟ ଆପ୍‌, ଇ-କମର୍ସ, ଯାତ୍ରା, ପରିବହନ, ଔଷଧ, ବୀମା, ସେୟାର ବଜାର, ସ୍ବାସ୍ଥ୍ୟ ଏବଂ ଖେଳ ଆପ୍‌ ଆଦି କ୍ଷେତ୍ରରେ ବ୍ୟବସାୟ କରୁଛି । ମହାସଂଘର କହିବା ହେଉଛି ଚୀନ୍‌ ବିଭିନ୍ନ ଉପାୟରେ ତଥା ଚୋରାଇ ଗୁଇନ୍ଦାଗିରି କରିଥାଏ । ଏମିତିକି ସାଇବର ଆକ୍ରମଣ କରି ବିଭିନ୍ନ ତଥ୍ୟକୁ ହ୍ୟାକ୍‌ କରିଥାଏ, ଯାହାକୁ ସେ ନିଜର ସ୍ବାର୍ଥ ପାଇଁ ବିନିଯୋଗ କରିଥାଏ। ଅ​ଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ, କାନାଡା, ଫ୍ରାନ୍ସ ସହ ବିଭିନ୍ନ ଦେଶରେ ଚାଇନାର ଏଭଳି ଗୁଇନ୍ଦାଗିରିର ପ୍ରମାଣ ମିଳିସାରିଲାଣି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories