www.samajalive.in
Friday, December 12, 2025
16.1 C
Bhubaneswar

ଆମେ ମଧ୍ୟ ହେଉଛୁ ସମଗ୍ର ପ୍ରକୃତିର ଏକ ଅଙ୍ଗ : ଡ. ମୋହନ ଭାଗବତ

ଭୁବନେଶ୍ଵର : ହିନ୍ଦୁ ଆଧ୍ୟାତ୍ମିକ ସେବା ଫାଉଣ୍ଡେସନ ପକ୍ଷରୁ ରବିବାର ପ୍ରକୃତି ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତଙ୍କ ଉଦ୍‍ବୋଧନ ଦେଇ ପରିବେଶର ସଂରକ୍ଷଣ ଏବଂ ସୁରକ୍ଷା ହେବା ଉଚିତ ବୋଲି କହିଛନ୍ତି।

ଡ.ମୋହନ ଭାଗବତ କହିଛନ୍ତି ହିନ୍ଦୁ ଆଧ୍ୟାତ୍ମିକ ସେବା ଫାଉଣ୍ଡେସନ ଦ୍ୱାରା ୩୦ ଅଗଷ୍ଟରେ ଆୟୋଜିତ ପରିବେଶ ଦିବସର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆମେ ସମସ୍ତେ ଅଂଶ ଗ୍ରହଣ କରିଛୁ। ପର୍ଯ୍ୟାବରଣ, ଏହି ଶବ୍ଦ ଆଜିକାଲି ବହୁତ ଶୁଣାଯାଏ ଏବଂ କୁହାଯାଏ ମଧ୍ୟ। ଏବଂ ଏହାକୁ ଗୋଟିଏ ଦିନ ପାଳନ କରିବା ପାଇଁ ଏକ କାର୍ଯ୍ୟକ୍ରମ,ଏହା ମଧ୍ୟ ପ୍ରାଚୀନ। ଏହାର କାରଣ ହେଉଛି ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ଜୀବନ ବଞ୍ଚାଇବାର ପ୍ରଣାଳୀ ଥିଲା ଏବଂ ବର୍ତ୍ତମାନ ମଧ୍ୟ ଅଛି। ବହୁ ପରିମାଣରେ ପ୍ରଚଳିତ, ସେହି ପଦ୍ଧତି ପରିବେଶ ଅନୁକୂଳ ନୁହେଁ। ଏହା ବିଶ୍ୱାସ ସୃଷ୍ଟି କରେ ଯେ ପ୍ରକୃତିକୁ ପରାସ୍ତ କରି ମଣିଷକୁ ବଞ୍ଚିବାକୁ ପଡ଼ିବ। ସେହି ଉପାୟରେ ପ୍ରକୃତି ମନୁଷ୍ୟର ବ୍ୟବହାର ପାଇଁ, ମଣିଷ ଉପରେ ପ୍ରକୃତିର କୌଣସି ଦାୟିତ୍ୱ ନାହିଁ। ମଣିଷର ପ୍ରକୃତି ଉପରେ ସଂପୂର୍ଣ୍ଣ ଅଧିକାର ଅଛି। ଏହି ପଦ୍ଧତିକୁ ମାନି ଜୀବନ ବଞ୍ଚାଇବା ପାଇଁ ଏହା ଏକ ମାର୍ଗ ଅଟେ। ଆମେ ଗତ ୨୦୦-୨୫୦ ବର୍ଷ ଧରି ଏହିପରି ଜୀବନ ଯାପନ କରୁଛୁ। ଏହାର ଖରାପ ପ୍ରଭାବ ବା ଦୁଷ୍ପରିଣାମ ଏବେ ସାମନାକୁ ଆସୁଛି। ତାହାର ଭୟାବହତା ଏବେ ଦେଖା ଦେଇଛି। ଯଦି ଏହିପରି ଚାଲେ ତେବେ ଏହି ସୃଷ୍ଟିରେ ବଞ୍ଚି ରହିବା ପାଇଁ କେହି ରହିବେ ନାହିଁ। ଏହା ମଧ୍ୟ ହୋଇପାରେ ଏହି ଜଗତ ବା ସୃଷ୍ଟି ମଧ୍ୟ ରହିନପାରେ। ତେଣୁ ଏଥିପାଇଁ ମନୁଷ୍ୟ ଏବେ ଚିନ୍ତା କରିବା ଆରମ୍ଭ କରିଦେଇଛି ଏବଂ ଅନୁଭବ କରିଛି ଯେ ପରିବେଶର ସଂରକ୍ଷଣ ଏବଂ ସୁରକ୍ଷା ହେବା ଉଚିତ। ସେଥିପାଇଁ ପର୍ଯ୍ୟାବରଣ ଦିବସ ପାଳନ କରୁଛୁ। କିନ୍ତୁ ଘଟଣା କ୍ରମରେ, ବିଶେଷକରି ୨୦୦୦ ବର୍ଷ ପୁରୁଣା ସମୟରୁ ପ୍ରଚଳିତ ଏବଂ ବିଶେଷ ଭାବରେ ଗତ ୩୦୦ ବର୍ଷ ମଧ୍ୟରେ ଅଧିକ ବିଚ୍ୟୁତ ହୋଇଥିବା ପଥକୁ ଆମେ ଆପଣେଇଛୁ, ଯାହା ଆଲୋଚନା ପରିସର ଭିତରକୁ ଆସିଛି।

- Advertisement -

ଆମ ଭାରତର ମାର୍ଗ ଏକଦମ ଭିନ୍ନ ବା ବହୁତ ଅଲଗା। ଆମର ପୂର୍ବ ପୁରୁଷମାନେ ପ୍ରକୃତିର ପୂର୍ଣ୍ଣତାରେ ଅସ୍ତିତ୍ୱର ସତ୍ୟକୁ ବୁଝିଥିଲେ। ସେବେଠାରୁ ବୁଝା ଯାଇଥିଲା ଯେ, ଆମେ ମଧ୍ୟ ସମଗ୍ର ପ୍ରକୃତିର ଏକ ଅଂଶ। ଯେପରି ଶରୀରରେ ସମସ୍ତ ଅଙ୍ଗ ଶରୀରରେ କାମ କରେ, ସେତେବେଳେ ଶରୀର ମଧ୍ୟ ଗତିକରେ। ଏବଂ ଯେପର୍ଯ୍ୟନ୍ତ ଶରୀର ଚାଲୁଥାଏ, ସେପର୍ଯ୍ୟନ୍ତ ଶରୀରର କେତେକ ଅଙ୍ଗ ଗତି କରୁଥାଏ। ଶରୀରରେ ପ୍ରାଣ ବା ଜୀବନ ନଥିଲେ ହୃଦୟ ବନ୍ଦ ହୋଇଯାଏ। କିଛି ସମୟ ମଧ୍ୟରେ ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ କରିଦିଏ। ଶେଷରେ ଅନ୍ତନଳୀ ଗୁଡିକର ସ୍ନାୟୁ ବନ୍ଦ ହୋଇଯାଏ। ସମସ୍ତ ଅବୟବ କାମ କରିବା ଛାଡି ଦିଅନ୍ତି ଏବଂ ମୃତ୍ୟୁ ହୋଇଯାଏ। ଶରୀର ଅଙ୍ଗଗୁଡିକର କାର୍ଯ୍ୟ ଉପରେ ନିର୍ଭରଶୀଳ। ଅଙ୍ଗ ଶରୀରରୁ ମିଳୁଥିବା ପ୍ରାଣିକ ଶକ୍ତି ଉପରେ ନିର୍ଭରଶୀଳ। ଏହି ପରସ୍ପର ସମ୍ବନ୍ଧ ସୃଷ୍ଟି ସହିତ ରହିଛି। ଆମେ ଏହାର ଏକ ଅଂଶ। ସୃଷ୍ଟିର ପୋଷଣ ଆମର କର୍ତ୍ତବ୍ୟ। ଆମର ଜୀବନ ବଞ୍ଚାଇବା ପାଇଁ ଆମେ ସୃଷ୍ଟିରୁ କିଛି ନେଇଥାଉ, ସୃଷ୍ଟିର ଶୋଷଣ କରୁନାହୁଁ , ସୃଷ୍ଟିର ପୋଷଣ କରିଥାଉ। ଆମର ପୂର୍ବପୁରୁଷମାନେ ଏହି ଜୀବନଶୈଳୀକୁ ବୁଝିଥିଲେ ଏବଂ ଏହାକୁ କେବଳ ଗୋଟିଏ ଦିନ ନୁହେଁ କି ଗୋଟିଏ ଶରୀରରେ ନୁହେଁ ସମଗ୍ର ଜୀବନରେ ଏହାର ପ୍ରଭାବ ସୃଷ୍ଟି କରିଥିଲେ।

ଆମ ଦେଶରେ ଏହା ସ୍ୱାଭାବିକ କୁହାଯାଏ ଯେ ସଂଧ୍ୟା ସମୟରେ ଗଛକୁ ସ୍ପର୍ଶ କର ନାହିଁ, ଗଛ ଗୁଡିକ ଶୋଇ ପଡନ୍ତି। ଗଛର ମଧ୍ୟ ଜୀବନ ଅଛି। ଯାହା ଏହି ବ୍ରହ୍ମାଣ୍ଡର ଏକ ଅଂଶ। ଯେପରି ପଶୁମାନଙ୍କର ନିଜର ରାଜ୍ୟ ଅଛି,(ଏନିମାଲ କିଙ୍ଗଡମ୍‍ ) ସେହିପରି ଉଦ୍ଭିଦ ମାନଙ୍କର(ପ୍ଲାଂଟ କିଙ୍ଗଡମ୍‍ ) ରାଜ୍ୟ ମଧ୍ୟ ଅଛି। ଏହି ଆଧୁନିକ ବିଜ୍ଞାନର ଜ୍ଞାନ ଆମ ପାଖକୁ ଆସିବାର ହଜାର ହଜାର ବର୍ଷ ପୂର୍ବରୁ ଆମ ଦେଶର ସାଧାରଣ ଅପାଠୁଆ ବ୍ୟକ୍ତି ମଧ୍ୟ ଜାଣନ୍ତି ଯେ, ସଂଧ୍ୟାରେ ଗଛରୁ ପତ୍ର ଛିଣ୍ଡାଯାଏ ନାହିଁ। ଆମ ଜୀବନ ପ୍ରଣାଳୀରେ କ’ଣ କରିବା, କ’ଣ ରଖିବା ସବୁ ବିଜ୍ଞାନ ଆଧାରିତ।

ଆମର ଏଠାରେ ପ୍ରତିଦିନ ପିମ୍ପୁଡିକୁ ଅଟା, ଆମ ଘରେ ଗାଇଙ୍କୁ ଘାସ, କୁକୁରମାନଙ୍କୁ ଶ୍ୱାନବଳି, ପକ୍ଷୀଙ୍କୁ କାକବଳି, କୀଟ ପତଙ୍ଗଙ୍କ ପାଇଁ ବଳି ଏବଂ ଗାଁକୁ କୌଣସି ଅତିଥି ଭୋକରେ ଆସିଥିଲେ ତାଙ୍କୁ ଖାଦ୍ୟ, ଏହିପରି ପାଞ୍ଚ ବଳି ଦେଲାପରେ ଗୃହସ୍ତ ବା ଘରର ମୁଖିଆ ଭୋଜନ କରୁଥିଲେ। ଏହି ବଳିଦାନ ହିଂସା ନୁହେଁ, ଏହି ବଳିଦାନର ଅର୍ଥ ହେଉଛି ଆମ ଘରର ରନ୍ଧାଖାଦ୍ୟ। ଏହିମାନଙ୍କୁ ଦେବାକୁ ପଡେ। ଏମାନଙ୍କୁ ପୋଷଣ କରିବା ମନୁଷ୍ୟର ଦାୟିତ୍ୱ। ସେମାନଙ୍କର ପୋଷଣ ଦାୟିତ୍ୱ ମନୁଷ୍ୟଙ୍କୁ ମିଳିଛି। ଆମେ ଏହି କଥାକୁ ବୁଝିଛୁ ଓ ପାଳନ କରୁଛି। ଏଥିପାଇଁ ଆମର ଏଠାରେ ନଦୀକୁ ପୂଜା କରାଯାଏ। ଗଛ-ଲତା, ତୁଳସୀକୁ ପୂଜା କରାଯାଏ। ଆମର ଏଠାରେ ପର୍ବତକୁ ପୂଜା କରାଯାଏ, ପ୍ରଦକ୍ଷିଣ କରାଯାଏ। ଗାଈଙ୍କୁ ମଧ୍ୟ ପୂଜା କରାଯାଏ, ସାପକୁ ମଧ୍ୟ ପୂଜା କରାଯାଏ। ସଂପୂର୍ଣ୍ଣ ବିଶ୍ୱ, ଯାହାକି ଏକ ଚରାଚର ଚୈତନ୍ୟ ବ୍ୟାପ୍ତ, ସେହି ଚୈତନ୍ୟକୁ ସୃଷ୍ଟିର ପ୍ରତ୍ୟେକ ବସ୍ତୁ ଦେଖନ୍ତି, ତାହାକୁ ଶ୍ରଦ୍ଧାର ସହ ଦେଖନ୍ତି, ଆତ୍ମିୟତା ସହିତ ଦେଖନ୍ତି, ତାଙ୍କ ସହିତ ମିତ୍ରତାର ବ୍ୟବହାର କରନ୍ତି ଏବଂ ପରସ୍ପରର ସହଯୋଗରେ ସମସ୍ତଙ୍କ ଜୀବନ ବଞ୍ଚନ୍ତି। ଏହା କରିବା ଜୀବନ ବଞ୍ଚିବାର ପଦ୍ଧତି। ଏହା ଥିଲା ଜୀବନର ଏକମାତ୍ର ମାର୍ଗ। ଭଗବତ ଗୀତାରେ କୁହାଯାଇଛି-ପରସ୍ପରକୁ ଭଲପାଅ, ଭଗବାନଙ୍କୁ ଭକ୍ତିକର, ଭଗବାନ ମଧ୍ୟ ତୁମକୁ କଲ୍ୟାଣ କରିବେ। ପାରସ୍ପରିକ ଉତ୍ତମ ଆଚରଣ ହେତୁ ସୃଷ୍ଟି ଚାଲିଛି। ଏହି ପ୍ରକାର ଆମର ଜୀବନ ଥିଲା। କିନ୍ତୁ ଏହି ଭ୍ରମିତ ପଦ୍ଧତିର ପ୍ରଭାବରେ ପ୍ରଭାବିତ ହୋଇ ସେସବୁକୁ ଭୂଲି ଗଲୁ।
ସେଥିପାଇଁ ଆଜି ଆମକୁ ମଧ୍ୟ ଏହାକୁ ପର୍ଯ୍ୟାବରଣ ଦିବସ ଭାବରେ ପାଳନ କରି ମନେ ରଖିବାକୁ ପଡୁଛି। ଏହା ଏକ ଭଲ ବିଷୟ। ଏହାକୁ ପ୍ରତ୍ୟେକ ଘରେ ମନେ ରଖିବା ଉଚିତ। ଅଗଷ୍ଟ ୩୦ ତାରିଖରେ ଏହି ବର୍ଷ ଆମେ ଏପରି ସ୍ମୃତିଚାରଣ ଆରମ୍ଭ କରିଛୁ। ଆମର ଏଠାରେ ନାଗପଞ୍ଚମୀ ଅଛି। ଏଠାରେ ତୁଳସୀ ବିିବାହ ଅଛି। ଏଠାରେ ଗୋବର୍ଦ୍ଧନ ପୂଜା ଅଛି। ଆମ ସମସ୍ତଙ୍କୁ ଆମ ଜୀବନରେ ଏହି ସଂସ୍କାର ବା ରୀତିନୀତିକୁ ପୁନର୍ଜୀବିତ ଏବଂ ପୁନଃସ୍ଥାପିତ କରିବାକୁ ପଡ଼ିବ। ଯାହା ଦ୍ୱାରା ନୂତନ ପିଢି ଏହା ଶିଖିବେ,ସେହି ଭାବ ବା ଅନୁଭବ ଶିକ୍ଷା କରିବେ। ଆମେ ମଧ୍ୟ ଏହି ପ୍ରକୃତିର ଉପାଦାନ। ଆମକୁ ପ୍ରକୃତିରୁ ପୋଷଣ ପାଇବାକୁ ପଡ଼ିବ। ପ୍ରକୃତିକୁ ଜୟ କରିବାକୁ ନୁହେଁ। ପ୍ରକୃତିରୁ ପୋଷଣ ପାଇ ଆମକୁ ପ୍ରକୃତିକୁ ଜୀବନ୍ତ ରଖିବାକୁ ପଡ଼ିବ। ଏହି ପ୍ରକାର ଚିନ୍ତା କରି ପରବର୍ତ୍ତୀ ପିଢି ଆଗକୁ ଚାଲିବ। ବିଶେଷ କରି ଗତ ୩୦୦-୩୫୦ ବର୍ଷରେ ଘଟିଥିବା ତ୍ରୁଟିକୁ ଆମେ ଆଗାମୀ ୧୦୦-୨୦୦ ବର୍ଷ ମଧ୍ୟରେ ଦୂର କରିବୁ। ଦୁନିଆ ସୁରକ୍ଷିତ ରହିବ,ମାନବଜାତି ସୁରକ୍ଷିତ ରହିବ, ଜୀବନ ସୁନ୍ଦର ହେବ। ଏହି ଦିନଟି ପାଳନ କରିବା ବେଳେ, ଆମେ କେବଳ ମନୋରଞ୍ଜନର ଏହି କାର୍ଯ୍ୟକ୍ରମ କରୁଛୁ, ଏପରି ଭାବନା ନରଖି, ସମଗ୍ର ସୃଷ୍ଟିକୁ ପୋଷଣ କରିବା, ଆମ ଜୀବନକୁ ସୁନ୍ଦର କରିବା, ସମସ୍ତଙ୍କ ଉନ୍ନତି ପାଇଁ ଆମେ ଏହି କାର୍ଯ୍ୟ କରୁଅଛୁ , ଏହି ଭାବନା ଆମମନରେ ରଖିବା ଉଚିତ। ଏବଂ ଏହି ଦିନର ବାର୍ତ୍ତାକୁ ଆମ ଜୀବନର ଛୋଟ ଛୋଟ କଥାର ବିଚାର କରିବା ବେଳେ ଆମେ ନିଜର ଆଚରଣରେ ପରିଣତ କରିବାକୁ ହେବ। ଆପଣଙ୍କ ବିଚାର ପାଇଁ ଏହି ଚିନ୍ତାଧାରାକୁ ଆପଣଙ୍କ ସାମ୍ନାରେ ରଖିଛି।

 

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories