www.samajalive.in
Monday, December 8, 2025
13.1 C
Bhubaneswar

ମନ୍‍ କି ବାତ୍‍, ଦେଶବାସୀଙ୍କ ଶୃଙ୍ଖଳିତ ମନୋଭାବକୁ ମୋଦୀଙ୍କ ପ୍ରଶଂସା

ଆମ ଦେଶରେ ପର୍ବପର୍ବାଣି ଓ ପ୍ରକୃତି ମଧ୍ୟରେ ନିବିଡ ସମ୍ପର୍କ ରହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରେଡ଼ିଓ ମାଧ୍ୟମରେ ୬୮ତମ ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଦେଶରେ ବିଭିନ୍ନ ପର୍ବପର୍ବାଣି ସମୟ ଆସିଥିଲେ ମଧ୍ୟ ଲୋକମାନେ କିଭଳି କରୋନା ମହାମାରୀ ସମୟରେ ଶୃଙ୍ଖଳିତ ହୋଇଛନ୍ତି, ସେ ବିଷୟରେ କହିବା ସହ ଦେଶବାସୀଙ୍କ ସଂଯମତାକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାଧାରଣତଃ ଏହି ସମୟରେ ପାର୍ବଣ ଋତୁ ଚାଲିଥାଏ। ସ୍ଥାନେ ସ୍ଥାନେ ମେଳା-ମହୋତ୍ସବ ଚାଲିଥାଏ, ଧାର୍ମିକ ପୂଜା ଆରାଧନା ହେଉଥାଏ। କରୋନାର ଏହି ସଙ୍କଟ ସମୟରେ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ତ ରହିଛି, କିନ୍ତୁ ଆମ ସମସ୍ତଙ୍କ ମନକୁ ଛୁଇଁଗଲା ଭଳି ଶୃଙ୍ଖଳା ଭାବ ମଧ୍ୟ ରହିଛି, ନାଗରିକମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ମଧ୍ୟ ରହିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକେ ନିଜର ଯତ୍ନ ନେବା ସହ ଅନ୍ୟମାନଙ୍କ ପ୍ରତି ମଧ୍ୟ ଯତ୍ନବାନ ହୋଇ ନିଜର ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରୁଛନ୍ତି। ଦେଶରେ ହେଉଥିବା ପ୍ରତ୍ୟେକ ଆୟୋଜନରେ ଯେଉଁଭଳି ସଂଯମତା ପରିଲକ୍ଷିତ ହେଉଛି, ତାହା ଅଭୂତପୂର୍ବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କେଉଁଠି ଗଣେଶ ଉତ୍ସବ ଅନ୍‍ଲାଇନ୍‍ ପାଳନ କରାଯାଇଛି, ତ କେଉଁଠି ପରିବେଶ ଅନୁକୂଳ (ଇକୋ ଫ୍ରେଣ୍ଡଲି) ଗଣେଶ ମୂର୍ତି ସ୍ଥାପନ କରାଯାଇଛି।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି, ସୂକ୍ଷ୍ମତାର ସହ ଅନୁଧ୍ୟାନ କଲେ ଗୋଟିଏ କଥା ଆମ ଦୃଷ୍ଟିକୁ ନିଶ୍ଚୟ ଆସିବ – ତାହା ହେଉଛି ଆମ ପର୍ବପର୍ବାଣୀ ଓ ପ୍ରକୃତି ମଧ୍ୟରେ ନିବିଡ ସମ୍ପର୍କ ରହିଛି। ଗୋଟିଏ ପଟେ ଆମ ପର୍ବପର୍ବାଣୀ ପଛରେ ପରିବେଶ ଏବଂ ପ୍ରକୃତି ସହିତ ସହାବସ୍ଥାନର ବାର୍ତା ରହୁଛି, ଅପରପକ୍ଷରେ ଅନେକ ପର୍ବ ପ୍ରକୃତିର ସୁରକ୍ଷା ଉଦ୍ଦେଶ୍ୟରେ ହିଁ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିହାରର ପଶ୍ଚିମ ଚମ୍ପାରଣରେ ଶହ ଶହ ବର୍ଷ ଧରି ଥାରୁ ଆଦିବାସୀ ସମାଜର ଲୋକମାନେ ୬୦ ଘଂଟାର ଲକ୍‍ଡାଉନ୍‍ ବା ସେମାନଙ୍କ ଭାଷାରେ କହିଲେ ୬୦ ଘଂଟାର ବର୍‍ନା ପାଳନ କରିଥାନ୍ତି। ପ୍ରକୃତିର ସୁରକ୍ଷା ପାଇଁ ବର୍‍ନାକୁ ଥାରୁ ସମାଜ ନିଜ ପରମ୍ପରାର ଅଂଶ କରିଦେଇଛନ୍ତି। ଏହି ସମୟରେ ନା କେହି ଗାଁକୁ ଆସନ୍ତି, ଆଉ ନା କେହି ନିଜ ଘରୁ ବାହାରନ୍ତି। ଏହି ସମୟରେ ଲୋକଙ୍କ ଯିବା ଆସିବା ହେଲେ କିମ୍ବା ସେମାନେ ଘରୁ ବାହାରିଲେ ନୂଆ ଗଛଲତାର କ୍ଷତି ହୋଇପାରେ ବୋଲି ସେମାନଙ୍କ ଧାରଣା ରହିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories