ନାବାଳିକାକୁ ଦିନକରେ ଦୁଇଥର ଗଣବଳାତ୍କାର, ୫ଗିରଫ

0

ଛିଣ୍ଡୱାରା : ମଧ୍ୟପ୍ରଦେଶର ଛିଣ୍ଡୱାରା ଅଞ୍ଚଳରେ ଜଣେ ୧୪ବର୍ଷର ନାବାଳିକାକୁ ଦିନକ ମଧ୍ୟରେ ଦୁଇଥର ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ପୁଲିସ ୫ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ପୁଲିସ କହିବା ଅନୁଯାୟୀ ଜୁଲାଇ ୬ ତାରିଖ ସନ୍ଧ୍ୟାରେ ନାବାଳିକା ଜଣଙ୍କ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲା। ୭ ତାରିଖରେ ନାବାଳିକ ଜଣଙ୍କ ନିଖୋଜ ନେଇ କୁଣ୍ଡିପୁରା ଥାନାରେ ଅଭିଯୋଗ ହୋଇଥିଲା। ୮ ତାରିଖରେ ନାବାଳିକା ଜଣଙ୍କୁ ମହୁଆ ତୋଲା ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ନାବାଳିକା ଜଣଙ୍କ କହିବା ଅନୁଯାୟୀ ମୋହିତ ଭରଦ୍ୱାଜ ନାମକ ଯୁବକ ତାକୁ ଗାଡିରେ ବସାଇ ଅନ୍ୟ ଜଣଙ୍କ ଘରକୁ ନେଇଥିଲା। ସେଠାରେ ମୋହିତ ଓ ରାହୁଲ ଭୋଣ୍ଡେ ନାମକ ଦୁଇଜଣ ତାକୁ ଗଣବଳାତ୍କାର କରିଥିଲେ। ପରଦିନ ଅନ୍ୟ ତିନିଜଣ ତାକୁ ଗଣବଳାତ୍କାର କରିଥିଲେ।

Leave A Reply