ମନ୍ତ୍ରୀଙ୍କ ପାଦ ଛୁଇଁ ପୁଲିସ ଏଏସ୍‍ଆଇ ନିଲମ୍ବିତ

0

ବଟାଲା : ମନ୍ତ୍ରୀଙ୍କ ପାଦ ଛୁଇଁବାର ଫଳ ଭୋଗିଛନ୍ତିି ପଞ୍ଜାବର ଜଣେ ପୁଲିସ ଏଏସ୍‍ଆଇ। ମନ୍ତ୍ରୀଙ୍କ ନିର୍ଦେଶରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ତୃପ୍ତି ରାଜିନ୍ଦର ସିଂହ ବାଜୱା ନିଜ ବାସଭବନ ବୈଠକଖାନା ବାହାରେ କୌଣସି ବ୍ୟକ୍ତି ତାଙ୍କର ପାଦ ସ୍ପର୍ଶ ନକରିବାକୁ ଲେଖି ଝୁଲାଇଥିଲେ ମଧ୍ୟ ସୋମବାର ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଥିବା ଫତେଗଡ଼ ଛୁରିଆନ୍‍ଠାରେ କାର୍ଯ୍ୟରତ ପୁଲିସ ଏଏସ୍‍ଆଇ ପଲବିନ୍ଦର ସିଂହ ଏହାର ଅବମାନନା କରିଥିଲେ। ମନ୍ତ୍ରୀ ବାଜୱା ଏକ ବୈଠକରେ ଉପସ୍ଥିତ ଥିଲାବେଳେ ଏଏସ୍‍ଆଇ ଜଣଙ୍କ ପୁଲିସ ପୋଷାକରେ ଥାଇ ସୁଦ୍ଧା ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ଏଥିରେ ଉତ୍‍କ୍ଷିପ୍ତ ହୋଇ ବାଜୱା ତୁରନ୍ତ ଜିଲା ଅମୃତସର ଆଇଜି ସୁରିନ୍ଦର ପାଲ ସିଂହ ପରମରଙ୍କୁ ଡକାଇ ପଲବିନ୍ଦରଙ୍କୁ ନିଲମ୍ବନ ପାଇଁ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶକୁ ବଟାଲା ଏସ୍‍ପି ଓପିନ୍ଦରଜିତ୍‍ ସିଂହ ଗୁମାନ ତୁରନ୍ତ କାର୍ଯ୍ୟକାରୀ କରିଥିଲେ। ପଲବିନ୍ଦରଙ୍କୁ ତାଙ୍କ ମୋବାଇଲ ଫୋନ୍‍ରେ ଏହି ନିର୍ଦେଶନାମା ମିଳିଥିଲା।

Leave A Reply