www.samajalive.in
Tuesday, December 9, 2025
15.1 C
Bhubaneswar

୧୯୬୨ ପରେ ଭାରତ-ଚୀନ ସୀମାରେ ଏବେ ସବୁଠାରୁ ଖରାପ ସ୍ଥିତି : ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ପୂର୍ବଲାଦାଖରେ ସ୍ଥିତି ଦିନକୁଦିନ ଖରାପ ହେବାରେ ଲାଗିଛି । ଚୀନର ଚାଲବାଜୀକୁ ଦେଇ ଭାରତୀୟ ସେନା ୨୪ ଘଣ୍ଟା ସତର୍କ ହୋଇ ରହିଛନ୍ତି । ଏହାମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଗୁରୁବାର ଦେଇଥିବା ମନ୍ତବ୍ୟ ସୀମାରେ ସ୍ଥିତିର ଗମ୍ଭୀରତାକୁ ପରିଦର୍ଶିତ କରିଛି । ଗୁରୁବାର ଶ୍ରୀ ଜୟଶଙ୍କର କହିଛନ୍ତି ଯେ ଭାରତ-ଚୀନ ମଧ୍ୟରେ ୧୯୬୨ ମସିହା ଯୁଦ୍ଧ ପରେ ସବୁଠାରୁ ଖରାପ ସ୍ଥିତି ଏବେ ସୃଷ୍ଟି ହୋଇଛି । ଦିନକ ତଳେ ଚିଫ୍ ଅଫ୍ ଡ଼ିଫେନ୍ସ ଷ୍ଟାଫ୍ (ସିଡ଼ିଏସ୍) ଜେନେରାଲ ବିପିନ ରାୱତ ଦେଇଥିବା ମନ୍ତବ୍ୟ ଓ ଶ୍ରୀ ଜୟଶଙ୍କରଙ୍କ ମନ୍ତବ୍ୟକୁ ଯୋଡ଼ିଲେ ପରିସ୍ଥିତି କେତେ ଗୁରୁତର ତାହା ସ୍ପଷ୍ଟ ହୋଇଛି । ଜେନେରାଲ ବିପିନ ରାୱତ କହିଥିଲେ ଯେ ଚୀନ ସହ କଥାବାର୍ତା ଜରିଆରେ ଯଦି ବିବାଦ ସମାଧାନ ହୋଇପାରିବ ନାହିଁ ତେବେ ଆମ ପାଖରେ ସୈନ୍ୟ ବିକଳ୍ପ ମଧ୍ୟ ଖୋଲା ଅଛି ।

ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ନିଶ୍ଚିତ ଭାବରେ ୧୯୬୨ ମସିହା ପରେ ଏବେ ସୀମାରେ ପରିସ୍ଥିତି ବେଶ୍ ଗୁରୁତର ରହିଛି । ୪୫ ବର୍ଷ ପରେପ୍ରଥମଥର ପାଇଁ ଚୀନ ସୀମାରେ ଜବାନ ସହିଦ ହୋଇଛନ୍ତି । ଏବେ ଯେତେ ସଂଖ୍ୟାରେ ଦୁଇ ଦେଶର ସେନା ସୀମାରେ ଏକତ୍ରିତ ହୋଇଛନ୍ତି ତାହା ପୂର୍ବରୁ କେବେ ହୋଇ ନ ଥିଲେ । ଚୀନ ସହ ସୀମା ବିବାଦ ସେତେବେଳେ ଶେଷ ହେବ ଯେତେବେଳେ ପୂର୍ବରୁ ହୋଇଥିବା ବୁଝାମଣାଗୁଡ଼ିକୁ ସମ୍ମାନ ଦିଆଯିବ ।  ଚୀନ ସହ ସୈନ୍ୟ ଓ ରାଜନୈତିକସ୍ତରରେ କଥାବାର୍ତା କରାଯାଉଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି ।

- Advertisement -

ନିଜ ଲିଖିତ ପୁସ୍ତକ ‘ଦ ଇଣ୍ଡିଆ ୱେ: ଷ୍ଟ୍ରାଟେଜିସ ଫର ଆନ ଅନସର୍ଟନ ୱାର୍ଲ୍ଡ଼’ର ଲୋକାର୍ପଣ ପୂର୍ବରୁ ସାକ୍ଷାତକାର ଦେଇ ଶ୍ରୀ ଜୟଶଙ୍କର କହିଛନ୍ତି ଯେ ଚୀନ ସହ ଆମେ ରାଜନୈତିକ ଓ ସେନାସ୍ତରରେ କଥାବାର୍ତା ଚଳାଇଛୁ । ବାସ୍ତବରେ ଯେତେବେଳେ କଥା ସମାଧାନର ରହିଛି ସେତେବେଳେ ସବୁ ବୁଝାମଣା ଓ ସହମତିକୁ ସମ୍ମାନ କରିବା ଆବଶ୍ୟକ । ଏକତରଫା ଭାବରେ ଯଥାସ୍ଥିତିକୁ ବଦଳାଇବା ପ୍ରୟାସ ହେବା ଉଚିତ୍ ନୁହେଁ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories