ପ୍ଲୋରିଡ଼ା ପାର୍କରେ୧୩ଫୁଟ୍‍ ଲମ୍ବର କୁମ୍ଭୀର

0

ନୂଆଦିଲ୍ଲୀ: ପ୍ଲୋରିଡ଼ାର ଏକ ପାର୍କରେ ୧୩ଫୁଟ୍‍ ଲମ୍ବର ଏକ ବିଶାଳ କୁମ୍ବୀରକୁ ଠାବ କରିବା ସହ ଏହାକୁ ଉଦ୍ଧାର କରିଛନ୍ତି। ୧୩ଫୁଟ ଲମ୍ବ ଏଭଳି ବିଶାଳ କୁମ୍ଭୀର ଅଦ୍ୟାବଧି ଧରା ପଡିଥିବା ଅନ୍ୟାନ୍ୟ କୁମ୍ବୀରଠାରୁ ସର୍ବାଧିକ। ଫ୍ଲୋରିଡ଼ାର ସାରାସୋଟା ଅଞ୍ଚଳର ସେରିଫ ଓ ୱାଇଲ୍ଡ ଲାଇଫ କନଜାରଭେଟର ଏଭଳି ଘୋଷଣା କରିଛନ୍ତି। ଶ୍ୟାମରକ୍‍ ଉଦ୍ୟାନରେ ଏଭଳି ବିଶାଳ କୁମ୍ଭୀର ଧରା ପଡ଼ିବା ପରେ ଉପସ୍ଥିିତ ଦର୍ଶକ ଏହାର ଧରିବାର ଦୃଶ୍ୟକୁ କ୍ୟାମେରା ବନ୍ଦି କରିଥିଲେ। ଅଦ୍ୟାବଧି ଏହି କୁମ୍ଭୀରକୁ ଫେସବୁକରେ ୬ହଜାର ଲାଇକ ମିଳିଥିବାବେଳେ ୪୨୮୩ଥର ଉକ୍ତ ପୋଷ୍ଟକୁ ସେୟାର କରାଯାଇଛି।

Leave A Reply