www.samajalive.in
Saturday, December 6, 2025
17.1 C
Bhubaneswar

ହରଭଙ୍ଗାରେ ବର୍ଷା ବିତ୍ପାତ, ମାଟିରେ ମିଶିଲା ଘର

ହରଭଙ୍ଗା: ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ହରଭଙ୍ଗା ବ୍ଲକ ଅଂଚଳରେ ଅବିସ୍ରାନ୍ତ ବର୍ଷାଯୋଗୁଁ ଅନେକ ସ୍ଥାନରେ ମାଟି ଘର ଭାଙ୍ଗିବା ସହ ପାଣି ପଶି ଘରଦ୍ୱାର ନଷ୍ଟ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବ୍ଲକର ତିଲେଶ୍ୱର ପଂଚାୟତ ବୁରୁବୁଡା ଗ୍ରାମର ଆଶ୍ୱିନ ପ୍ରଧାନଙ୍କ ଘରେ ବର୍ଷା ପାଣି ପଶି ବ୍ୟାପକ କ୍ଷୟକ୍ଷତି କରିବା ସହ ତାଙ୍କ ଦୁଇ ବଖରା ମାଟି ଘର ଭାଙ୍ଗିଥିବା ଜଣାପଡିଛି। ଅନ୍ୟପଟେ ସେହି ଗ୍ରାମର ଶ୍ରୀରମ ନାଏକଙ୍କ ମାଟି ଘର କାନ୍ଥ ଲଗାଣ ବର୍ଷାରେ ଭୁଶୁଡି ପଡିଥିବା ଜଣାପଡିଛି।ବୀରନରସିଂହପୁର ପଂଚାୟତ ମହାକୁଡ ପାଲ୍ଲୀ ଗ୍ରାମରେ ବର୍ଷା ପାଣି ପଶି ଲୋକଙ୍କ ଘର ଦ୍ୱାର ନଷ୍ଟ ହୋଇଥିବା ଖବର ହସ୍ତଗତ ହୋଇଛି। ମଥୁରା ପଂଚାୟତ ପଙ୍କୁଆଳ ଗାଁ ବନ୍ଧ ଭାଙ୍ଗିଯିବାରୁ ବନ୍ଧ ତଳଭାଗରେ ଥିବା ପ୍ରାୟ ଶହେ ଏକର ଧାନ ଚାଷ ଜମି ଜଳମଗ୍ନ ହେବା ସହିତ ଅନେକ ଜମିରେ ବାଲିଚର ମାଡିଯାଇଥିବା ଅଭିଯୋଗ ହୋଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories