www.samajalive.in
Sunday, December 14, 2025
16.1 C
Bhubaneswar

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା

ଝାରସୁଗୁଡ଼ା : ବହୁ ଚର୍ଚ୍ଚିତ ଡବଲ ମର୍ଡର ଅଭିଯୋଗରେ ରାୟଗଡ଼ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଛତିଶଗଡ଼ ରାୟଗଡ଼ ଜେଲର ସୂଚନା ଦେଇଛନ୍ତି। ଅନୁପଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ରାୟଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁସାରେ, ଶ୍ରୀ ସାଏ ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏ ସଂକ୍ରାନ୍ତରେ ଜେଲ ଅଧୀକ୍ଷକଙ୍କୁ ଜଣାଇବା ପରେ ତାଙ୍କୁ ରାୟଗଡ଼ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ହୃଦରୋଗ ବିଶେଷଜ୍ଞ ନ ଥିବାରୁ ରାୟଗଡ଼ର ଜିନ୍ଦଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମା-ଝିଅ ହତ୍ୟାକାଣ୍ଡର ଅଭିଯୁକ୍ତ ଭାବେ ରାୟଗଡ ଜେଲରେ ୭ ମାସରୁ ଉର୍ଦ୍ଧ୍ବ ସମୟରୁ ଜେଲରେ ଅଛନ୍ତି ଅନୁପ ସାଏ।

- Advertisement -

ଉଲ୍ଲେଖ ଯୋଗ୍ୟ, ଗତ ଫେବ୍ରୁଆରୀ ୧୨ ତାରିଖ ରାତିରେ ଅନୁପ ସାଏଙ୍କୁ ତାଙ୍କ ବଗରାଚକା ବାସଭାବନରୁ ରାୟଗଡ ଜିଲା ଚକ୍ରଧରନଗର ଥାନା ପୁଲିସ ଉଠାଇ ନେଇଥିଲେ। କଳ୍ପନା ଦାଶ ଓ ଝିଅ ବବଲି ହତ୍ୟାକାଣ୍ଡରେ ଅନୁପଙ୍କ ସମ୍ପୃକ୍ତି ଜାଣିବା ପରେ ପୁଲିସ ପ୍ରାୟ ୩ ବର୍ଷ ପରେ ଅନୁପଙ୍କ ନିକଟରେ ପହଞ୍ଚି ଥିଲା। ଏହି ମାମଲାରେ ଅନୁପଙ୍କ ସହ ତାଙ୍କ ଡ୍ରାଇଭର ମଧ୍ୟ ଜେଲରେ ଅଛି। କଳ୍ପନା ଦାଶ ଓ ଝିଅ ବବଲିକୁ ହତ୍ୟା କରି ଗାଡି ଚଢାଇ ରାୟଗଡ ନିକଟସ୍ଥ ଏକ ଜଙ୍ଗଲରେ ଫିଙ୍ଗି ଦେଇ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ ଅନୁପ ଓ ସହଯୋଗୀ ବୋଲି ରାୟଗଡ ପୁଲିସ କହିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories