www.samajalive.in
Saturday, December 13, 2025
15.1 C
Bhubaneswar

ବର୍ଷା ବିତ୍ପାତ; ଜଳବନ୍ଦୀରେ ଗୋଟିଏ ଗାଁର ୧୦ ପରିବାର

ହରଭଙ୍ଗା : ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ହରଭଙ୍ଗା ବ୍ଲକ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ବର୍ଷା ବିତ୍ପାତରେ ବ୍ୟାପକ ପରିମାଣରେ ଘରଦ୍ୱାରା ଭାଙ୍ଗିବା ସହିତ ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ହରଭଙ୍ଗା ବ୍ଲକର ବାମଣ୍ଡା ପଂଚାୟତର ୩ନଂ ଓାର୍ଡ ଅର୍ନ୍ତଗତ ମେଣ୍ଡା ଗ୍ରାମର ଭୁକ୍ତା ସାହିରେ ବର୍ଷାପାଣି ପଶି ସାହିର ସମ୍ବାରୁ ଭୋକ୍ତା, ଭକ୍ତ ଭୋକ୍ତା, ଅର୍ଜ୍ଜୁନ ଭୋକ୍ତା, ଦୁର୍ଯ୍ୟୋଧନ ଅମାତ୍‍, ବାଇଁଛା ଅମାତ୍‍, ଧରଣୀ ଅମାତ ପ୍ରମୁଖ ୧୦ଟି ପରିବାର ଲୋକେ ଦୁଇଦିନ ହେଲା ଜଳବନ୍ଦୀରେ ରହିଥିବା ଜଣାପଡିଛି। ଏହା ସହିତ ଗ୍ରାମର ଭୁଜ ଅମାତଙ୍କ ମାଟି ଚାଳଛପର ଘର ଲଗାଣ ବର୍ଷାରେ ଭାଙ୍ଗିଯାଇଥିବା ଖବର ହସ୍ତଗତ ହୋଇଛି। ଲଗାଣବର୍ଷା ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ଲୋକେ ଘରୁ ବାହାରି ନପାରି ଉପାସରେ ଦୀନକାଟୁଥିବା ଗ୍ରାମର ୱାର୍ଡସଭ୍ୟ ଉମେଶ ଭୋଇ ଅଭିଯୋଗ କରିଛନ୍ତି। ସ୍ଥାନୀୟ ସମିତି ସଭ୍ୟ ଅମ୍ଲାନ ଜ୍ୟୋତି ଦାଶ ଘଟଣାସ୍ଥଳରେ ପଂହଚି ଏ ସଂର୍ପକରେ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିବା ଜଣାପଡିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories