www.samajalive.in
Saturday, December 13, 2025
27.1 C
Bhubaneswar

ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ଜେଲ୍‌ରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ

ଝାରସୁଗୁଡ଼ା : ବହୁ ଚର୍ଚ୍ଚିତ ଡବଲ ମର୍ଡର ଅଭିଯୋଗରେ ରାୟଗଡ଼ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ତାଙ୍କ ଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ରାୟଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ ଶ୍ରୀ ସାଏ ଆଜି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏ ସଂକ୍ରାନ୍ତରେ ଜେଲ ଅଧୀକ୍ଷକଙ୍କୁ ଜଣାଇବା ପରେ ତାଙ୍କୁ ରାୟଗଡ଼ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ହୃଦରୋଗ ବିଶେଷଜ୍ଞ ନ ଥିବାରୁ ରାୟଗଡ଼ର ଜିନ୍ଦଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।ମା-ଝିଅ ହତ୍ୟାକାଣ୍ଡର ଅଭିଯୁକ୍ତ ଭାବେ ରାୟଗଡ ଜେଲରେ ୭ ମାସରୁ ଉର୍ଦ୍ଧ୍ବ ସମୟରୁ ଜେଲରେ ଅଛନ୍ତି ଅନୁପ ସାଏ।  ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା​‌ ସ୍ଥିର ଥିବା ଜଣାଯାଇଛି । ଶ୍ରୀ ସାଏଙ୍କୁ ପୂର୍ବରୁ ହୃଦରୋଗ ଥିବାରୁ ସେ ୨୦୧୪ ମସିହାରୁ ଚିକିତ୍ସା କରାଉଥିଲେ ​‌ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଗତ ଫେବ୍ରୁଆରୀ ୧୨ ତାରିଖ ରାତିରେ ଅନୁପ ସାଏଙ୍କୁ ତାଙ୍କ ବଗରାଚକା ବାସଭାବନରୁ ରାୟଗଡ ଜିଲା ଚକ୍ରଧରନଗର ଥାନା ପୁଲିସ ଉଠାଇ ନେଇଥିଲେ। କଳ୍ପନା ଦାଶ ଓ ଝିଅ ବବଲି ହତ୍ୟାକାଣ୍ଡରେ ଅନୁପଙ୍କ ସମ୍ପୃକ୍ତି ଜାଣିବା ପରେ ପୋଲିସ ପ୍ରାୟ ୩ ବର୍ଷ ପରେ ଅନୁପଙ୍କ ନିକଟରେ ପହଞ୍ଚି ଥିଲା। ଏହି ମାମଲାରେ ଅନୁପଙ୍କ ସହ ତାଙ୍କ ଡ୍ରାଇଭର ମଧ୍ୟ ଜେଲରେ ଅଛି। କଳ୍ପନା ଦାଶ ଓ ଝିଅ ବବଲିକୁ ହତ୍ୟା କରି ଗାଡି ଚଢାଇ ରାୟଗଡ ନିକଟସ୍ଥ ଏକ ଜଙ୍ଗଲରେ ଫିଙ୍ଗି ଦେଇ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ ଅନୁପ ଓ ସହଯୋଗୀ ବୋଲି ରାୟଗଡ ପୁଲିସ କହିଥିଲା।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories