www.samajalive.in
Wednesday, December 10, 2025
18.1 C
Bhubaneswar

କୋଭିଡ୍‌-୧୯ର ପ୍ରକୃତ ଆର୍ଥିକ ପ୍ରଭାବ ଆକଳନ କରିବା କଷ୍ଟକର: ଆର୍‌ବିଆଇ

ନୂଆଦିଲ୍ଲୀ: ସମ୍ପ୍ରତି ଦେଶ​ରେ କୋଭିଡ୍‌-୧୯ର ତାଣ୍ଡବ ଜାରି ରହିଛି। ତେବେ ଏହାର ପ୍ରକୃତ ଆର୍ଥିକ ପ୍ରଭାବ ଆକଳନ କରିବା କଷ୍ଟକର ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ପ୍ରକାଶିତ ଏହାର ବାର୍ଷିକ ରିପୋର୍ଟର୍ଟରେ କୁହାଯାଇଛି। ଦେଶରେ ଏବେ କୋଭିଡ୍‌ ସଂକ୍ରମଣ ଦ୍ରୁତ ବେଗରେ ବଢ଼ିଚାଲିଛି। ଏଭଳି ସମୟରେ ମାଇକ୍ରୋ ଅର୍ଥନୀତି ​କ୍ଷେତ୍ରତ୍ରରେ ଏହାର ପ୍ରଭାବ କିଭଳି ରହିଛି ତାହା ଅନୁମାନୟ କରାଯାଇପାରିବ ନାହିଁ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏହି ରିପୋର୍ଟରେ ଦର୍ଶାଯାଇଛି।

ଚଳିତମାସର ଦ୍ବିତୀୟାର୍ଦ୍ଧରେ ସଂକ୍ରମଣ ବଢ଼ିଚାଲିଛି। ଏଭଳି ସମୟରେ ବିଭିନ୍ନ କ୍ଷେତ୍ରରେ ଉତ୍ପାଦନରେ ୧୨% ହ୍ରାସ ଘଟିଛି। ଏଥିରେ ମୁଖ୍ୟତଃ କମ୍ପାନୀ, ପରିବାର ଏବଂ ସରକାର ବିଶେଷ ଭାବେ କ୍ଷତିଗ୍ରସ୍ଥ। ରିପୋର୍ଟ ଅନୁଯାୟୀ, ଲକ୍‌ଡାଉନ୍‌-୧ରେ ଶ୍ରମିକ ସଂଖ୍ୟାରେ ହ୍ରାସ ଘଟିବା ଉତ୍ପାଦନକୁ ପ୍ରଭାବିତ କରିଥିଲା। ଦ୍ବିତୀୟତଃ ଲକ୍‌ଡାଉନ୍‌-୨ରେ ମାର୍ଜିନାଲ କଷ୍ଟ ବଢ଼ିଥିଲା। ଏହି ସମୟରେ ମୁଦ୍ରାସ୍ଫୀତିରେ ହ୍ରାସ ଘଟୁଥିବାବେଳେ କମ୍ପାନୀଗୁଡିକର ଲାଭାଂଶ ପ୍ରଭାବିତ ହେବା ଯୋଗୁ ସେମାନେ ଉତ୍ପାଦନରେ ହ୍ରାସ ଘଟାଇଥିଲେ। ଏହି ସମୟରେ ଯଦିବା ଅର୍ଥନୀତି ବେଶ ପ୍ରଭାବିତ ହୋଇଥିଲା ତେବେ ମହାମାରୀରୁ ମୁକୁଳିବା ହାର ଭଲ ରହିଥିଲା।

- Advertisement -

ଅନ୍ୟପକ୍ଷରେ ଆଗାମୀ ମାସଗୁଡିକରେ ଦେଶରେ ମୁଦ୍ରାସ୍ପୀତିରେ ବୃଦ୍ଧି ଘଟିବା ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଛି। ଖାଦ୍ୟ ଏବଂ ମାନୁଫାକ୍‌ଚରିଂ କ୍ଷେତ୍ରର ସାମଗ୍ରୀଗୁଡିକର ଯୋଗାଣ ନେଇ ସମସ୍ୟା ଦେଖାଦେବାକୁ ଥିବାରୁ ଆସନ୍ତା ମାସଗୁଡିକରେ ଏଭଳି ସ୍ଥିତି ଦେଖିବାକୁ ମିଳିପାରେ ​ବୋଲି ରିପୋର୍ଟରେ କୁହାଯାଇଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories