www.samajalive.in
Monday, December 8, 2025
27.1 C
Bhubaneswar

କୁଲାଇଲୋ ଅନନ୍ତ ଦଳାଇ ଆୟୁର୍ବେଦିକ ଅସ୍ଥି ଚିକିତ୍ସାଳୟ ଉପରକୁ ଢେଲାପଥରମାଡକୁ ଯୋଗାଣମନ୍ତ୍ରୀଙ୍କ ନିନ୍ଦା

ଗୁରୁଡିଝାଟିଆ : ଆଠଗଡ ର କୁଲାଇଲୋସ୍ଥିତ ଅନନ୍ତ ଦଳାଇ ଆୟୁର୍ବେଦିକ ଅସ୍ଥି ଚିକିତ୍ସାଳୟ ଉପରେ ଢେଲାପଥର ମାଡକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦୃଢ ନିନ୍ଦା କରିଛନ୍ତି। ଏଭଳି କାର୍ଯ୍ୟ ଅମାନୁଷିକ, ଜଣେ ସଭ୍ୟ ମଣିଷ କେବେ କରିପାରିବ ନାହିଁ। ଆଠଗଡରେ ଗୁଣ୍ଡାରାଜକୁ କେବେବି ବରଦାସ୍ତ କରାଯିବ ନାହିଁ।ହେଲେ ଏହି ଘଟଣାରେ ଭିଡିଓଟାରି ବିଜୁ ଯୁବ ବାହିନୀକୁ ପୁରାଇବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହା ବିରୋଧିମାନଙ୍କ ଏକ ଚକ୍ରାନ୍ତ।ଏଭଳି ଆରୋପ ଭିତ୍ତିହୀନ ବୋଲି ଶ୍ରୀ ସ୍ୱାଇଁ ସମାଜକୁ କହିବା ସହିତ ଏହି ଘଟଣାର ମୂଳ ରହସ୍ୟ ଉନ୍ମୋଚନ ହେବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ।

ପ୍ରକାଶଯୋଗ୍ୟ ଗତ, ୨୩ ତାରିଖ ଦିନ ସନ୍ଧ୍ୟାରେ ପୋଲିସ ଉପସ୍ଥିତିରେ ଚିକିତ୍ସାଳୟ ପରିସରକୁ ୩ଜଣ ଯୁବକ ଢେଲାମାଡ କରିବା ସହିତ ଚିକିତ୍ସାଳୟର ପରିଚାଳକ ଗିରିଶ ଚନ୍ଦ୍ର ବେଉରାୟଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ। ସଂପୃକ୍ତ ୩ଜଣ ଯୁବକଙ୍କ ନାମରେ ଶ୍ରୀ ବେଉରାୟ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏପରିକି ପୁଲିସର ନିଷ୍କ୍ରିୟତା ଓ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗତକାଲି ଚିକିତ୍ସାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଚିକିତ୍ସାଳୟ ପରିଚାଳକ ଶ୍ରୀ ବେଉରାୟ ଖୋଲାଖୋଲି ଭାବରେ କହିଥିଲେ କି ଢେଲାପଥର ମାଡ କରିଥିବା ଯୁବକମାନେ ଗତବର୍ଷ ସେପ୍ଟେମ୍ବର ମାସରେ ଚିକିତ୍ସାଳୟ ପରିସରକୁ ବୋମାମାଡ ଘଟଣାରେ ମଧ୍ୟ ସଂପୃକ୍ତ ଥିଲେ। ଉକ୍ତ ଘଟଣାରେ ପୁଲିସ ଆଜି ପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ। ସେମାନେ ବିଜୁ ଯୁବ ବାହିନୀର ସଦସ୍ୟ ବୋଲି ଶ୍ରୀ ବେଉରାୟ କହି ପରୋକ୍ଷରେ ରଣେନ୍ଦ୍ରଙ୍କ ଉପରକୁ ଅଙ୍ଗୂଳି ନିର୍ଦ୍ଦେଶ କରିଥିଲେ। ହେଲେ ଏହି ଘଟଣାରେ ବିଜୁ ଯୁବବାହିନୀକୁ ଟାଣି ଓଟାରି ପୁରାଇବା ଠିକ୍‍ ନୁହେଁ ଓ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ବିରୋଧିମାନଙ୍କ ଚକ୍ରାନ୍ତ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଦୋହରାଇବା ସହିତ ଆଠଗଡରେ ଗୁଣ୍ଡାରାଜକୁ ପ୍ରଶୟ ଦିଆଯାଏନି ବୋଲି କହିଥିଲେ। ଗତକାଲି ଆହୁତ ସାମ୍ବାଦିକ ସମ୍ମିଳନୀରେ ଚିକିତ୍ସାଳୟ ପରିଚାଳକ ଶ୍ରୀ ବେଉରାୟ ଙ୍କ ସହିତ ଚିକିତ୍ସାଳୟର ମୁଖ୍ୟ କବିରାଜ ପ୍ରତାପରୁଦ୍ର ବେଉରାୟ, ଅବସରପ୍ରାପ୍ତ ସେନା ଅଧିକାରୀ ତଥା ସମାଜସେବୀ ପ୍ରଫୁଲ ଚନ୍ଦ୍ର ପରିଡା ଉପସ୍ଥିତ ରହି ଚିକିତ୍ସାଳୟର ସୁରକ୍ଷା ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories