www.samajalive.in
Saturday, December 6, 2025
14.1 C
Bhubaneswar

ଆସାମରେ ଅଫସ୍ପା ନିୟମ ପୁଣି ଛଅ ମାସକୁ ବୃଦ୍ଧି

ଗୁୱାହାଟି : ଆସାମରେ ସଶସ୍ତ୍ର ବାହିନୀ ଅଧିନିୟମ (AFSPA) କୁ ଆହୁରି ଛଅ ମାସ ଯାଏଁ ବୃଦ୍ଧି କରାଯାଇଛି। ମଙ୍ଗଳବାର ରାଜ୍ୟ ସରକାର ସୂଚନା ଦେଇଛନ୍ତି ଯେ, ଅଗଷ୍ଟ ୧୮ ରୁ ଏହି ନିୟମକୁ ଛଅ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ରାଜ୍ୟ ସରକାରଙ୍କ ଦ୍ବାରା ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ଉତ୍ତର-ପୂର୍ବରେ ସୁରକ୍ଷା ବାହିନୀ ଉପରେ ବିଦ୍ରୋହୀ ଆକ୍ରମଣ ଏବଂ ଆସାମର ବିଭିନ୍ନ ଅଞ୍ଚଳରୁ ବେଆଇନ ଅସ୍ତ୍ରଶସ୍ତ୍ର ଓ ଗୁଳି-ବାରୁଦ ଜବତ ହେତୁ ରାଜ୍ୟକୁ ବିଶୃଙ୍ଖଳିତ ଅଞ୍ଚଳ ଘୋଷଣା କରାଯାଇଛି।। ସେଥିପାଇଁ ଅଫସ୍ପା ନିୟମକୁ ଛଅ ମାସ ବୃଦ୍ଧି କରାଯାଇଛି। ଏହି ନିୟମ ସୁରକ୍ଷା ବାହିନୀକୁ ପୂର୍ବ ସୂଚନା ବିନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ କାହାକୁ ଗିରଫ କରିବାକୁ କ୍ଷମତା ପ୍ରଦାନ କରିଥାଏ। ୧୯୯୦ ମସିହା ନଭେମ୍ବରରୁ ଆସାମରେ ଏହି ଆଇନ କାର୍ଯ୍ୟକାରୀ ହୋଇଆସିଛି। ଏହା ପ୍ରତି ଛଅ ମାସରେ ନବୀକରଣ କରାଯାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories