www.samajalive.in
Wednesday, December 10, 2025
16.1 C
Bhubaneswar

୧୦ ଡିଏସ୍‌ପିଙ୍କୁ ଏଏସ୍‌ପି ଭାବେ ପଦୋନ୍ନତି

ଭୁବନେଶ୍ବର: ଓଡ଼ିଶା ପୁଲିସ ସେବାରେ କାର୍ଯ୍ୟରତ ୧୦ଜଣ ଡିଏସ୍‌ପିଙ୍କୁ ଏଏସ୍‌ପି ଭାବେ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି। ଆଜି ଏଥିନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଓଡ଼ିଶା ପୁଲିସ ସେବା(ଓପିଏସ୍‌) ଗ୍ରୁପ୍‌-ଏ(ଜୁନିୟର ବ୍ରାଞ୍ଚ)ର ୧୦ଜଣ ଡିଏସ୍‌ପିଙ୍କ ପଦୋନ୍ନତି ହୋଇଛି। ପଦୋନ୍ନତି ପାଇଥିବା ଡିଏସ୍‌ପିଙ୍କୁ ଓପିଏସ୍‌ ଗ୍ରୁପ୍‌-ଏ(ସିନିୟର ବ୍ରାଞ୍ଚ)ର ଏଏସ୍‌ପି ଭାବେ ପଦୋନ୍ନତି ଦିଆଯାଇଛି। ଡେପୁଟେସନ୍‌ରେ ଯାଇଥିବା ଅଧିକାରୀଙ୍କ ବ୍ୟତୀତ ପଦୋନ୍ନତି ପାଇଥିବା ଡିଏସ୍‌ପିଙ୍କୁ ଏଏସ୍‌ପି ଭାବେ ପୁଲିସ ଡିଜି ଓ ଆଇଜି ନିଯୁକ୍ତି ନିର୍ଦେଶନାମା ପ୍ରଦାନ କରିବେ। ତେବେ ଡେପୁଟେସନ୍‌ରୁ ମୂଳ କ୍ୟାଡରକୁ ଫେରିବା ପରେ ସମ୍ପୃକ୍ତ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବ। ଆଜି ଏ ସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭୁତି ଭୂଷଣ ରାଉତ, ରବୀନ୍ଦ୍ର କୁମାର ଦାସ, ଅମୂଲ୍ୟ କୁମାର ରାଉତରାୟ, ହର ନାରାୟଣ ପ୍ରସାଦ ପତି, ଦେବୀଦତ୍ତ ବିଶ୍ବଜୀବନ ମିଶ୍ର, ପ୍ରଦ୍ୟୁମ୍ନ କୁମାର ମିଶ୍ର, ରାଜେନ୍ଦ୍ର କୁମାର ସେନାପତି, ପ୍ରାଣକୃଷ୍ଣ ରାଉତ, ଅଶୋକ କୁମାର ଷଡ଼ଙ୍ଗୀ ଓ ଦେବନାରାୟଣ ଦାସଙ୍କୁ ଡିଏସ୍‌ପି ପାହ୍ୟାରୁ ଏଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ବୋଲି ଗୃହ ବିଭାଗର ବିଜ୍ଞପ୍ତିରେ ଦର୍ଶାଯାଇଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories