www.samajalive.in
Wednesday, December 10, 2025
16.1 C
Bhubaneswar

ତ୍ବରିତ ହେବ ଶିଳ୍ପ ଗତିବିଧି:୬୫,୦୦୦ କୋଟିର ନ୍ୟାସନାଲ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ, ପରସ୍ପର ସହ ଯୋଡିହେ​ବେ​‌ ୨୦୦ ଅର୍ଥନୈତିକ ଜୋନ୍‌

ନୂଆଦିଲ୍ଲୀ,୨୪ା୮ :ଦେଶରେ ଆର୍ଥିକ କ୍ଷେତ୍ରରେ କାରବାରକୁ ତ୍ବରାନ୍ବିତ କରିବାକୁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। କରୋନା ମହାମାରୀ ଯୋଗୁ ଦେଶର ଆର୍ଥିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଯେ ପର୍ଯ୍ୟନ୍ତ କରୋନା ଟିକା ଆସିନାହିଁ ଏବଂ ବଡ ଆକାରରେ ସମୂହ ଟିକାକରଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ଆରମ୍ଭ କରାଯାଇନାହିଁ ସେ ପର୍ଯ୍ୟନ୍ତ ଶିଳ୍ପ କ୍ଷେତ୍ରରେ ଉତ୍ସାହ ଫେରାଇ ଆଣିବା ସମ୍ଭବ ନୁହେଁ। ଏଭଳି ସମୟରେ ଦେଶରେ ପରିବହନ ବ୍ୟବସ୍ଥା ଦୁର୍ବଳ ହେବାରେ ଲାଗିଛି।ଏହି ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି ୬୫,୦୦୦ ​କୋଟିର ନ୍ୟାସନାଲ ମାଷ୍ଟର ପ୍ଲାନ୍। ଦେଶରେ ପରିବହନ ଜନିତ ସମସ୍ୟାକୁ ଦୂର କରିବ ନ୍ୟାସନାଲ ମାଷ୍ଟର ପ୍ଲାନ୍‌। ଏହି ମାଷ୍ଟର ପ୍ଲାନ୍‌ ଅନ୍ତର୍ଗତ ଦେଶରେ ରହିଥିବା ୨୦୦ ଅର୍ଥନୈତିକ ଜୋନ୍‌କୁ ପରସ୍ପର ସହ ସଂଯୁକ୍ତ କରାଯିବ।
ନ୍ୟାସନାଲ ମାଷ୍ଟର ପ୍ଲାନ୍‌ ଉପରେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ନିଷ୍ପତ୍ତି ଅନୁଯାୟୀ, ଆଗାମୀ ପାଞ୍ଚ ବର୍ଷରେ ମଲ୍ଟି ମଡେଲ କନେକ୍ଟିଭିଟି ଅନ୍ତର୍ଗତ ୨୦୦ ଅର୍ଥନୈତିକ ଜୋନ୍‌ ପାଇଁ ସରକାର ୬୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଦେଶର ବିଭିନ୍ନ ସହରରେ କୃ​‌ଷି, ପ୍ରତିରକ୍ଷା, ମତ୍ସ୍ୟ ଉତ୍ପାଦନ, ଇଲେକ୍‌ଟ୍ରୋନିକ୍ସ, ବୟନ ଶିଳ୍ପ ଏବଂ ଔଷଧ ଶିଳ୍ପରେ ପୃଥକ୍‌ ପୃଥକ୍‌ ଅର୍ଥନୈତିକ ଜୋନ୍‌ ପ୍ରତିଷ୍ଠା କରାଯାଇଛି। ସଡକପଥ, ରେଳବାଇ, ଜାହାଜ ଚଳାଚଳ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏହି ଅର୍ଥନୈତିକ ଜୋନ୍‌ ଗୁଡିକୁ ପରସ୍ପର ସହ ଯୋଡିବା ପାଇଁ ଏକ ସବିଶେଷ ସଂଯୋଗୀକୃତ ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories