www.samajalive.in
Wednesday, December 10, 2025
16.1 C
Bhubaneswar

ରାଜା ଘରେ ନୂଆଖାଇ: ଆସିଲେନି ଅନଙ୍ଗ-କନକ, ଏକାଠି ଖାଇଲେ ଦୁଇ ଭାଇ କଳିକେଶ-ଅର୍କେଶ

ବଲାଙ୍ଗିର: ବଲାଙ୍ଗିର ତଥା ପୂର୍ବର ପାଟଣା ରାଜ୍ୟର ରାଜ ପରିବାରର ନୂଆଖାଇ ପ୍ରତିବର୍ଷ ଏକ ଚର୍ଚ୍ଚାର ବିଷୟ ହୋଇ ରହିଥାଏ। ଶୈଳଶ୍ରୀ ପ୍ୟାଲେସରେ କିଭଳି ନୂଆଖାଇ ପାଳନ କରାଯିବ ସେ ନେଇ ସମସ୍ତେ ଚାହିଁ ରହିଥାନ୍ତି। ରାଜନୀତିରେ କନକ ବର୍ଦ୍ଧନ ସିଂହଦେଓ ଓ ଅନଙ୍ଗ ଉଦୟ ସିଂହଦେଓ ଅନ୍ୟ ଦଳ ମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ସତ୍ତ୍ୱେ ପ୍ରାୟତଃ ନୂଆଖାଇ ଏକାଠି ପାଳିଥାନ୍ତି। ଅନେକ ସମୟରେ ରାଜନୈତିକ ବାଦ ବିବାଦରୁ ଏକାଠି ହୋଇପାରୁନଥିବା ବେଳେ ଯେବେ ବି ଏକାଠି ହୁଅନ୍ତି ସେବେ ଚର୍ଚ୍ଚା ହୁଏ। କିନ୍ତୁ ଚଳିତ ବର୍ଷ ଅନଙ୍ଗ ଉଦୟ ସିଂହଦେଓ, କନକ ବର୍ଦ୍ଧନ ସିଂହଦେଓ, ତାଙ୍କ ପତ୍ନୀ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ପରିବାର ଠାରୁ ଦୂରରେ ରହିଥିବାରୁ ଏକାଠି ନୂଆ ଖାଇ ପାରିନଥିଲେ। ଫଳରେ କେବଳ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଓ ତାଙ୍କ ସାନ ଭାଇ ଅର୍କେଶ ନାରାୟଣ ସିଂହଦେଓ ଶୈଳଶ୍ରୀ ପ୍ୟାଲେସରେ ନୂଆ ଖାଇଛନ୍ତି। ଦୁଇ ଭାଇଙ୍କ ସହ କଳିକେଶଙ୍କ ପତ୍ନୀ ମେଘନା ଦେବୀ, ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଏହା ସହିତ କଳିକେଶଙ୍କ ପୁଅ ଓ ଝିଅ ମଧ୍ୟ ଏଥିରେ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ ଯେ, ରାଜ୍ୟ ରାଜନୀତିରେ ସିଂହଦେଓ ପରିବାରର ସ୍ୱତନ୍ତ୍ର ସ୍ଥାନ ରହିଛି। କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କ ପତ୍ନୀ ସଙ୍ଗୀତା କୁମାରୀ ସିଂହଦେଓ ବିଜେପିରେ ରହିଥିବା ବେଳେ ଅନଙ୍ଗ ଉଦୟ ସିଂହଦେଓ ଓ ତାଙ୍କ ପୁଅ ମାନେ ବିଜେଡିରେ ରହିଛନ୍ତି। ପ୍ରାୟ ସମସ୍ତ ନିର୍ବାଚନରେ ପରିବାର ଲୋକ ନିର୍ବାଚନରେ ମୁହାଁମୁହିଁ ହେଉଥିବା ବେଳେ ନୂଆଖାଇ ସମୟରେ ଉଭୟ ପରିବାରର ଆଭିମୁଖ୍ୟ ନିହାତି ଭାବେ ଏକ ଆଲୋଚନାର ବିଷୟ ରହିଥାଏ।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories