www.samajalive.in
Saturday, December 6, 2025
23.1 C
Bhubaneswar

ଫେସ୍‍ବୁକରେ ଅଧିକ ଲାଇକ୍‍ ନ ମିଳିବାରୁ ଜୀବନ ହାରିଲେ ଯୁବତୀ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ମାନସିକ ସ୍ତରରେ ଲୋକଙ୍କୁ ଦୁର୍ବଳ କରିଥାଏ ବୋଲି ବହୁ ପୂର୍ବରୁ ବିଶେଷଜ୍ଞମାନେ ମତବ୍ୟକ୍ତ କରି ଆସୁଛନ୍ତି। ଏହାକୁ ବ୍ୟବହାର କରୁଥିବା ଲୋକ ବାସ୍ତବିକ ଜୀବନଠାରୁ ଭର୍ଚୁଆଲ ଜୀବନ ଉପରେ ଅଧିକ ବିଶ୍ୱାସ କରୁଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି, ଫେସ୍‍ବୁକରେ କମ୍‍ ଲାଇକ୍‍ ମିଳିବାରୁ ଜଣେ ୧୯ ବର୍ଷୀୟ ଯୁବତୀ ନିଜ ଜୀବନ ହାରିଛନ୍ତି।

Chloe Davison

- Advertisement -

ଏଭଳି ଚକିତ କଲା ଭଳି ଘଟଣା ଘଟିଛି ଲାନଚେଷ୍ଟରରେ, ଯେଉଁଠି ୧୯ ବର୍ଷୀୟା କ୍ଲୋୟ ଡେଭିସନ ନିଜ ଘରେ ପଙ୍ଖାରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଗତ ବର୍ଷ ଡିସେମ୍ବର ମାସର କିନ୍ତୁ ସେ ସମୟରେ କୌଣସି ସୁଇସାଇଡ଼ ନୋଟ୍‍ ମିଳି ନ ଥିବାରୁ ମୃତ୍ୟୁର କାରଣ ଜଣାପଡ଼ି ନ ଥିଲା। ମାତ୍ର ଏବେ ଜଣାପଡ଼ିଛି ଯେ, ଫେସ୍‍ବୁକରେ କମ୍‍ ଲାଇକ୍‍ ମିଳିବା କାରଣରୁ ଡେଭିସନ ଆତ୍ମହତ୍ୟା କରିଛନ୍ତି। ତାଙ୍କ ସାଙ୍ଗମାନଙ୍କ କହିବାନୁସାରେ, କମ୍‍ ଲାଇକ୍‍ ମିଳିବାକୁ ନେଇ ସେ ଖୁବ୍‍ ଚିନ୍ତାରେ ରହିବା ସହିତ ଦୁଃଖିତ ରହୁଥିଲେ। ମୃତ୍ୟୁ ପୂର୍ବରୁ ସେ ତାଙ୍କ ସାଙ୍ଗମାନଙ୍କୁ ଫୋନରେ କହିଥିଲେ ଯେ, ତାଙ୍କୁ କେହି ପସନ୍ଦ କରନ୍ତି ନାହିଁ, କେହି ତାଙ୍କୁ ଭଲପାଆନ୍ତି ନାହିଁ। କ୍ଲୋୟ ବହୁତ ସୁନ୍ଦର ଥିଲେ। ସେ ଏକ ହୋଟେଲରେ ୱେଟ୍ରେସ ଥିଲେ। ନିୟମିତ ସେ ସୋସିଆଲ ମିଡିଆରେ ନିଜ ଫଟୋ ଅପ୍‍ଲୋଡ଼୍‍ କରୁଥିଲେ। ମୃତ୍ୟୁର ଠିକ୍‍ ପୂର୍ବରୁ ଅପ୍‍ଲୋଡ଼୍‍ କରିଥିବା ସେଲ୍‌ଫଫିରେ ତାଙ୍କୁ ଅଧିକ ଲାଇକ୍‍ ମିଳି ନ ଥିଲା, ଯାହାକୁ ନେଇ ସେ ଚିନ୍ତିତ ଥିଲେ। ସେ ତାଙ୍କ ସାଙ୍ଗକୁ ମଧ୍ୟ ଏ ବିଷୟରେ କହିଥିଲେ।

ନିଜ ଝିଅକୁ ହରାଇବା ପରେ କ୍ଲୋୟଙ୍କ ମାଆ ସୋସିଆଲ ମିଡିଆ ପ୍ରତି ଲୋକଙ୍କୁ ସଚେତନ କରାଉଛନ୍ତି। ତାଙ୍କ କହିବାନୁସାରେ, ଯାହା ତାଙ୍କ ଝିଅ ସହ ହେଲା ସେପରି ଆଉ କାହା ସହ ନ ହେଉ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories