www.samajalive.in
Friday, December 12, 2025
16.1 C
Bhubaneswar

‘ରୋବଟ୍ ପଶୁ’ -ବୟସ୍କଙ୍କ ସାଥି

ଅବସର ପରେ ବୟସ୍କ ପିଢ଼ି ମାନସିକଚାପରେ ଆକ୍ରାନ୍ତ ହେଉଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି। ଇଉରୋପ, ଆମେରିକା, ଅଷ୍ଟ୍ରେଲିଆରେ ବୟସ୍କ ଲୋକ ‘ଓଲ୍ଡ ଏଜ୍ ହୋମ୍’ରେ ରହିବାକୁ ଆଉ ପସନ୍ଦ କରୁନାହାନ୍ତି। ବରଂ ସଞ୍ଚିତ ଅର୍ଥରେ ଫ୍ଲାଟ୍ କିଣି ସାଙ୍ଗସାଥିଙ୍କ ପାଖାପାଖି ରହିବାରେ ସେମାନଙ୍କ ରୁଚି। ବୟସ ବଢ଼ିବା ପରେ ଜଣେ ବ୍ୟକ୍ତି ଅନ୍ୟର ଆଶ୍ରୟ ଖୋଜିଥାଏ। ପିଲାମାନେ ସେମାନଙ୍କ ଚାକିରି ଜୀବନ ପାଇଁ ଦୂରଦୂରାନ୍ତରେ ରହୁଥିବାବେଳେ ଅବସର ପରେ ଲୋକେ ‘ରୋବଟ୍ ପଶୁ’ଙ୍କ ସହ ସମୟ ଅତିବାହିତ କରୁଥିବାର ଦେଖାଯାଉଛି। ଆମେରିକା, ଇଉରୋପୀୟ ରାଷ୍ଟ୍ରଗୁଡ଼ିକରେ ଏଇ ପରମ୍ପରା ଏବେ ଆଗେଇ ଚାଲିଛି। ବିଦେଶୀ କମ୍ପାନୀ ‘ଏଜଲେସ୍ ଇନୋଭେସନ୍’ ବିଲେଇ, କୁକୁର ଆକୃତିର ରୋବଟ୍ ତିଆରି କରିଥିବାବେଳେ ବିଶେଷ କରି ବୟସ୍କ ପିଢ଼ିଙ୍କୁ ଦୃଷ୍ଟିରେ ରଖି ଏସବୁ ହୋଇଛି। ଏକାକୀ ଜୀବନ ଅତିବାହିତ କରୁଥିବା ବୃଦ୍ଧବୃଦ୍ଧା ଏଇ ରୋବଟ୍ ପଶୁଙ୍କ ସହାୟତା ପାଉଥିବାବେଳେ ସେମାନଙ୍କ ମନୋରଞ୍ଜନ ମଧ୍ୟ ହେଉଛି। ଅଲ୍‌ଜାଇମର୍‌ ରୋଗୀଙ୍କ ପାଖରେ ଏଇ ରୋବଟ୍‌ କୁକୁରଙ୍କୁ କିଛି ମାସ ରଖାଯାଇଥିଲା। ଦେଢ଼ ବର୍ଷ ପରେ ରୋଗୀଙ୍କ ବ୍ୟବହାରେ ପରିବର୍ତ୍ତନ ହୋଇଥିବାର ବିଶେଷଜ୍ଞଙ୍କ ମତ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories