www.samajalive.in
Thursday, December 11, 2025
16.1 C
Bhubaneswar

ଟ୍ରେଜରି ଆକାଉଣ୍ଟାଣ୍ଟଙ୍କ ସମ୍ପତ୍ତି ଦେଖି ପୁଲିସ ତାଜୁବ

ଅମରାବତୀ: ଆନ୍ଧ୍ରପ୍ରଦେଶ ଅର୍ଥ ବିଭାଗ (ଟ୍ରେଜରି)ର ଜଣେ ଏକାଉଣ୍ଟାଣ୍ଟଙ୍କ ଘର ଉପରେ ଚଢ଼ଉବେଳେ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀମାନେ ତାଜୁବ୍‌ ହୋଇଯାଇଛନ୍ତି। ତାଙ୍କ ଘରୁ ଏକାଧିକ ଟ୍ରଙ୍କ ଭର୍ତ୍ତି ସୁନା ଓ ରୁପା ଗହଣା ତଥା ଅନ୍ୟ ସାମଗ୍ରୀ, ଏକାଧିକ ଦାମୀ ମୋଟର ସାଇକଲ ଓ କାର୍‌, ଟ୍ରାକ୍ଟର, ବିଦେଶୀ ପିସ୍ତଲ, ଘୋଡ଼ା ଓ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଅନନ୍ତପୁର ପୁଲିସ ପକ୍ଷରୁ ଏହି ଆକାଉଣ୍ଟାଣ୍ଟ ଜି. ମନୋଜ କୁମାରଙ୍କୁ ଗିରଫ କରାଯାଇଛି। ସେ ଅନନ୍ତପୁର ଜିଲା ଟ୍ରେଜରିରେ କର୍ମଚାରୀଙ୍କ ଅବସରକାଳୀନ ଭତ୍ତା ବିଷୟ ବୁଝାସୁଝା କରୁଥିଲେ। ଏଥିସହିତ ମନୋଜଙ୍କ ଗାଡ଼ିଚାଳକ ନାଗଲିଙ୍ଗାଙ୍କ ଶ୍ବଶୁର ​‌ବାଲାପ୍ପାଙ୍କ ଘର ଉପରେ ମଧ୍ୟ ଚଢ଼ଉ କରାଯାଇ ବିପୁଳ ବେନାମୀ ଓ ଆୟବହିର୍ଭୁତ ସମ୍ପତ୍ତି ଜବତ ହୋଇଛି।

ବାଲାପ୍ପାଙ୍କ ବୁକାରାୟସମୁଦ୍ରମ୍‌ ଅନ୍ତର୍ଗତ ଏସ୍‌ସି କଲୋନିସ୍ଥିତ ବାସଭବନରୁ ୮ଟି ବାକ୍ସ ଉଦ୍ଧାର କରାଯାଇଛି; ଯେଉଁଥିରେ ୨କିଲୋ ୪୨୦ ଗ୍ରାମ ସୁନା ଓ ୮୪କିଲୋ ରୁପା ଅଳଙ୍କାର ତଥା ଅନ୍ୟ ସାମଗ୍ରୀ ରହିଛି। ସେଠାରୁ ନଗଦ ୧୫ଲକ୍ଷ ୫୫ହଜାର ଟଙ୍କା ଜବତ ହୋଇଛି। ଏଥିସହିତ ହାର୍ଲେ ଡାଭିଡସନ୍‌, କରିଜ୍‌ମା ଓ ବୁଲେଟ ଭଳି ବିଭିନ୍ନ କମ୍ପାନୀର ୭ଟି ଦାମୀ ମୋଟରସାଇକଲ, ଦୁଇଟି ଏସ୍‌ୟୁଭି ବା ବଡ଼ କାର, ୪ଟି ଟ୍ରାକ୍ଟର ଓ ତିନିଟି ୩.୯ମିମି ବିଶିଷ୍ଟ ବିଦେଶୀ ଜୋରାକି ପିସ୍ତଲ ଓ ଗୁଳି ଜବତ କରାଯାଇଛି। ପୁନଶ୍ଚ ୪୦ ଲକ୍ଷ ୧୦ହଜାର ଟଙ୍କାର ସ୍ଥାୟୀ ଜମା ଓ ୨୭ଲକ୍ଷ ୫୦ହଜାର ଟଙ୍କାର ନିବେଶ କାଗଜପତ୍ର ଜବତ କରାଯାଇଛି। ସେ ନିଜ ଶାଶୂ ଓ ଗାଡ଼ିଚାଳକ ନାଁରେ କୋଟିକୋଟି ଟଙ୍କା ମୂଲ୍ୟର ଜମି କିଣିଥିବାର ପ୍ରମାଣ ମିଳିଛି।

- Advertisement -

ଜଣେ ପୁଲିସ କନ୍‌ଷ୍ଟେବଳଙ୍କ ପୁଅ ହେଉଛନ୍ତି ମନୋଜ। ତାଙ୍କ ଅକାଳ ମୃତ୍ୟୁ ପରେ ମନୋଜ ୨୦୦୫ରେ ଚାକିରିରେ ଅନୁକମ୍ପାମୂଳକ ନିଯୁକ୍ତି ପାଇଥିଲେ। ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ମନୋଜ କେତେବେଳେ ଗାଡ଼ି ତ କେତେବେଳେ ଘୋଡ଼ାରେ ବୁଲୁଥିଲେ। ଚଢ଼ଉ ସୂଚନା ପାଇ ମନୋଜ ତାଙ୍କର ଉପରୋକ୍ତ ଜିନିଷପତ୍ରଗୁଡ଼ିକ ଗାଡ଼ିଚାଳକର ଶ୍ବଶୁର ଘରେ ଲୁଚାଇ ରଖିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories