www.samajalive.in
Tuesday, December 9, 2025
15.1 C
Bhubaneswar

ଓଲଟି ପଡିଲା ଆମ୍ବୁଲାନ୍ସ, ଡ୍ରାଇଭର ସମେତ ୨ କୋଭିଡ୍‍ ସଂକ୍ରମିତ ଗୁରୁତର

ଫୁଲବାଣୀ: କରୋନା ସଂକ୍ରମିତଙ୍କୁ ନେଇ ହସ୍ପିଟାଲ ଆସୁଥିବା ଏକ କୋଭିଡ୍‍ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିବା ଫଳରେ ଗାଡ଼ିର ଡ୍ରାଇଭର ଓ ୨ ଜଣ କରୋନା ସଂକ୍ରମିତ ଗୁରୁତର ହୋଇଛନ୍ତି। ଦାରିଙ୍ଗିବାଡିରୁ ଚିହ୍ନଟ ହୋଇଥିବା ୨ ଜଣ କରୋନା ସଂକ୍ରମିତଙ୍କୁ ନେଇ ଆଜି ମଧ୍ୟାହ୍ନ ପ୍ରାୟ ୧ଟା ବେଳେ ଏକ ଆମ୍ବୁଲାନ୍ସ ଫୁଲବାଣୀ କୋଭିଡ୍‍ ହସ୍ପିଟାଲକୁ ଆସୁଥିବା ବେଳେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡର ତେଲିମୁଣ୍ଡା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛ ଦେହରେ ଧକ୍କା ଦେଇଥିଲେ। ଫଳରେ ଆମ୍ବୁଲାନ୍ସଟି ଓଲଟି ପଡିଥିଲା। ଘଟଣାରେ ଡ୍ରାଇଭର ଓ ବସିଥିବା ୨ କରୋନା ସଂକ୍ରମିତ ଗୁରୁତର ହୋଇଥିଲେ।

- Advertisement -

ସ୍ଥାନୀୟ ଫ୍ରେଣ୍‍ସ୍‍ କ୍ଲବର ସଦସ୍ୟମାନେ ସଙ୍ଗେ ସଙ୍ଗେ ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ସହ ପୁଲିସ୍‍ ଓ ଅଗ୍ନୀଶମ ବାହିନୀକୁ ଖବର ଦେଇଥିଲେ। ପୁଲିସ୍‍ ଓ ଅଗ୍ନୀଶମ ବାହିନୀ ଗୁରୁତର ୩ ଜଣଙ୍କୁ ପ୍ରଥମେ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଜଦନ୍ତ କରୁଥିବା ଥାନାଧିକାରୀ ପି ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଯେଉଁ ସ୍ଥାନରେ ଗାଡ଼ିଟି ଓଲଟି ପଡ଼ିଥିଲା ଓ ସେଥିରେ କରୋନା ସଂକ୍ରମିତ ଥିବା ଯୋଗୁଁ ଉକ୍ତ ସ୍ଥାନ ପାଖରେ ପ୍ରାୟ ୫୦ ପରିବାର ରହୁଥିବା ଯୋଗୁଁ ସଂପୃକ୍ତ ଅଞ୍ଚଳକୁ ତୁରନ୍ତ ସାନିଟାଇଜ୍‍ କରିବା ପାଇଁ ମଧ୍ୟ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories