www.samajalive.in
Saturday, December 6, 2025
15.1 C
Bhubaneswar

ଗୁରମୁନିରେ ୬ ସଂକ୍ରମିତ, ଘୁନସର ସଟଡାଉନ

ସଇଁନ୍ତଲା/ବେଲଗାଁ: ସଇଁନ୍ତଲା ବ୍ଲକରେ ପୁର୍ବରୁ ୬ ଜଣ ପ୍ରବାସୀ ଶ୍ରମିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଭିଏଁ ସୁସ୍ଥ ପରେ ଲୋକେ ଆଶ୍ୱସ୍ତ ହୋଇଥିଲେ। ହେଲେ ଗତ ୧୬ରୁ କ୍ରମାଗତ ଭାବରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଆଣ୍ଟିଜେନ ପରୀକ୍ଷା ପରେ ମହାମାରୀ ପୁଣି ପାଦ ପସାରୁଥିବା ସ୍ପଷ୍ଟ ହୋଇଛି। ଗତ ୧୬ରେ ବେଲଗାଁ ଠାରେ ୧୨୦ ଜଣଙ୍କ ପରୀକ୍ଷା ପରେ ଜଣେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ସେହିପରି ବ୍ଲକ ଅନ୍ତର୍ଗତ କରମତଲା ଗ୍ରାମପଂଚାୟତ ଗୁରମୁନିକୁ ସୋମବାର ବଲାଙ୍ଗିର ଜିଲାପାଳ ଅରିନ୍ଦମ ଡାକୁଆଙ୍କ ସହ ବିଡିଓ ଦେବାଶିଷ ସାମଲ, ତହସିଲଦାର ସୁମନକିଶୋର ଡୁଙ୍ଗଡୁଙ୍ଗ, ଅତିରିକ୍ତ ତହସିଲଦାର ଡ. ସୁଶିଲ ବାଗ, ସଇଁନ୍ତଲା ସିଏଚସି ସ୍ୱାସ୍ଥ୍ୟ ଅଧିକାରୀ ଡା. ସମରେନ୍ଦ୍ର ମହାପାତ୍ର ପ୍ରମୁଖ ପ୍ରାୟ ଡଜନେ ଅଧିକାରୀ ଅଚାନକ ଗସ୍ତ କରିବା ଆଲୋଚନାର ବିଷୟ ପାଲଟିଥିଲା।

ଆଜି ଉକ୍ତ ଗ୍ରାମରେ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ପ୍ରଶାସନ ଘୋଷଣା କରିଛି। ଅପରପକ୍ଷରେ ବ୍ଲକ ଅନ୍ତର୍ଗତ ଘୁନସର ଗ୍ରାମପଂଚାୟତରେ ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା। ତେବେ ଫଳାଫଳ ପ୍ରଶାସନ ଏଯାବତ ଘୋଷଣା କରିନାହିଁ। ଅପରପକ୍ଷରେ ସରପଂଚ ଦ୍ରୌପଦୀ ବେହେରା ସତର୍କତା ମୁଳକ ପଦକ୍ଷେପ ଭାବରେ ଜିଲାପାଳ କ୍ଷମତା ପ୍ରୟୋଗ ସହ ଘୁନସର ଗ୍ରାମରେ ଆଜି ସକାଲ ୮ରୁ ୨୨ ସକାଲ ୮ଟା ପର୍ୟ୍ୟନ୍ତ ସଟଡାଉନ ଘୋଷଣା କରିିଛନ୍ତି। ଅନ୍ୟପକ୍ଷରେ ସଇଁନ୍ତଲା ବ୍ଲକ କାର୍ୟ୍ୟାଳୟକୁ ବିଡିଓ ଦେବାଶିଷ ସାମଲ ଆସନ୍ତା ୧୮ ପର୍ୟ୍ୟନ୍ତ ସାଧାରଣ ଜନତାଙ୍କ ପ୍ରବେଶ ନେଇ କଟକଣା ଲଗାଇଛନ୍ତି। ବିଡିଓ ଶ୍ରୀ ସାମଲ ଏବଂ ତହସିଲଦାର ସୁମନକିଶୋର ଡୁଙ୍ଗଡୁଙ୍ଗ ଆଜି ବିଭିନ୍ନ ଅଂଚଳ ଗସ୍ତ କରିଥିବା ବେଳେ ଜନତା କୋଭିଡ ୧୯ର ସମସ୍ତ ଗାଇଡଲାଇନ କଡାକଡି ପାଳନ ନେଇ ପରାମର୍ଶ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories