www.samajalive.in
Sunday, December 14, 2025
16.1 C
Bhubaneswar

ୟୁରିଆ ସାର କଳାବଜାରୀ ରୋକିବାକୁ ଜିଲା ପ୍ରଶାସନର ତନଖି

ଯାଜପୁର : ରାସାୟନିକ ସାର ବିଶେଷ କରି ୟୁରିଆ ସାରର ସୁଷମ ବଣ୍ଟନ ଓ କଳାବଜାରୀ ରୋକିବାକୁ ଜିଲାପାଳ ରଂଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲାର ବିଭିନ୍ନ ସ୍ଥାନରେ ତନଖି କରାଯାଇଚ୍ଥି। ରାଜ୍ୟ ସରକାର କୃଷି ଓ କୃଷକ ସଶକ୍ତିକରଣ ପାଇଁ ବିବିଧ ପଦକ୍ଷେପ ନେଉଥିବା ପରିପ୍ରେକ୍ଷୀରେ ରାସାୟନିକ ସାର ସଠିକ ମୂଲ୍ୟରେ କୃଷକଙ୍କ ନିକଟରେ ଉପଲବ୍ଧ କରାଇବାକୁ ପ୍ରୟାସ କରିଚ୍ଥନ୍ତି । ତେବେ କେତେକ ସାର ବିକ୍ରୟ କେନ୍ଦ୍ରରୁ ମାତ୍ରାଧିକ ୟୁରିଆ ସାର କ୍ରୟ କରିଥିବା ୨୦ ଜଣ କୃଷକଙ୍କ ଆବଶ୍ୟକତା ଓ ଏହାର ଉପଯୋଗକୁ ତନଖି କରିବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲାପାଳ ଶ୍ରୀ ଦାସ ଯାଜପୁର ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ଓ କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଯଥାକ୍ରମେ ବଡଚଣା, ରସୁଲପୁର, ଦଶରଥପୁର ଏବଂ ଯାଜପୁର ରୋଡର ମୋଟ ୨୦ ଜଣ ଚାଷୀଙ୍କୁ ତନଖି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲାପାଳ ଶ୍ରୀ ମହାନ୍ତି ଏକ ଟିମ୍ର ନେତୃତ୍ୱ ନେଇ ଚ୍ଥତିଆ, ବାଲିଚନ୍ଦ୍ରପୁର, ହରିପୁର, ରାମବାଗ, ଅଣ୍ଢେଇଗୋଡା ଇତ୍ୟାଦି ସ୍ଥାନର ଚାଷୀ ମାନଙ୍କ ଦ୍ୱାରା କ୍ରୟ କରାଯାଇଥିବା ୟୁରିଆ ସାରର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଥିଲେ । ସେହିପରି କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ଶ୍ରୀ ମିଶ୍ର ଅନ୍ୟ ଏକ ଟିମ୍ର ନେତୃତ୍ୱ ନେଇ ଯାଜପୁର ରୋଡ ଚାଷୀ ମାନଙ୍କର ଅନୁଧ୍ୟାନ କରିଥିଲେ । ବାସ୍ତବରେ ଚାଷ ଜମି ପାଇଁ ଆବଶ୍ୟକୀୟ ୟୁରିଆ ସାର ଠାରୁ ଏହି ଚାଷୀମାନେ ଅଧିକ କ୍ରୟ କରିଥିବାରୁ ଏହା ମାଧ୍ୟମରେ କଳାବଜାରର ଆଶଙ୍କା ରହିଚ୍ଥି । ଏହି ଚାଷୀ ମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଉଭୟ ଅତିରିକ୍ତ ଜିଲାପାଳ ସୁପାରିଶ କରିଚ୍ଥନ୍ତି । ଏହି ତନଖିରେ କୃଷି ଉପନିର୍ଦ୍ଦେଶକ ଶରତ କୁମାର ପୃଷ୍ଟି, ପ୍ଳାଣ୍ଟ ପ୍ରୋଟେକ୍ସନ ଅଫିସର ଶ୍ରୀଧର ଦାସ, ଯାଜପୁର କୃଷି ଅଧିକାରୀ ବିମଳକାନ୍ତି ରପ୍ତାନ ଓ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories