MEllora 950×100

ଓଲଟିଲା ପରିବା ବୋଝେଇ ପିକ୍‍ଅପ୍‍, ଅଳ୍ପକେ ବର୍ତ୍ତୀଲେ ୨ ଜଣ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଭୈରବୀ ମନ୍ଦିର ଛକ ନିକଟରେ ଗୁରୁବାର ଭୋରରୁ ଏକ ପରିବା ବୋଝେଇ ପିକଅପ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଓଲଟି ପଡିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଉଭୟେ ଡ୍ରାଇଭର ଏବଂ ଖଲାସୀ ଏଥିରୁ ଅଳ୍ପକେ ରକ୍ଷାପାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ସୋନପୁର ଡୁଙ୍ଗୁରିପାଲ୍ଲୀ ଅଂଚଳରୁ ଏକ ପରିବା ବୋଝେଇ ମିନିଟ୍ରକ ନଂ-ଓଡି-୦୩-୬୪୨୭ ଗାଡି ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ପୁରୁଣା କଟକ ଭୈରବୀ ମନ୍ଦିର ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାର ବାମପାର୍ଶ୍ବକୁ ଓଲଟି ପଡିଛି। ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ ଚଳେଇଛି।

Comments are closed.