www.samajalive.in
Sunday, December 7, 2025
23.1 C
Bhubaneswar

ପ୍ଲାଜମା ଦାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଲେ ଶିକ୍ଷକ

ପାତ୍ରପୁର : ପାତ୍ରପୁର ବ୍ଲକ ଆମୁଣ୍ଡି ବିଦ୍ୟାଳୟର ସହକାରୀ ଶିକ୍ଷକ ସୂର୍ଯ୍ୟନାରାୟଣ ପ୍ରଧାନ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ କୋଭିଡ ହସ୍ପିଟାଲ ଯାଇ ମାତ୍ର ୬ ଦିନ ରହି ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହା ପରେ ଜଣେ କୋଭିଡ ଯୋଦ୍ଧା ଭଳି ପୁଣି ଥରେ ନିଜ କାର୍ଯ୍ୟରେ ଯୋଗ ଦେଇ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ।

ତେବେ ମୁଖ୍ୟମନ୍ତ୍ରୀ ଓ ଗଂଜାମ ଜିଲ୍ଲାପାଳଙ୍କ ଆହ୍ୱାନ କ୍ରମେ ସେ ପ୍ଲାଜମା ଦାନ କରିଛନ୍ତି। ଫଳରେ ପାତ୍ରପୁର ବ୍ଲକର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ  ଅଭିନନ୍ଦନ ଜ୍ଞାପନ କରାଯାଇଛି। ପ୍ଲାଜମା ଦାନ କରିବା ପରେ ସେ ଅନ୍ୟ କୋଭିଡ ସୁସ୍ଥ ରୋଗୀ ମାନେ ଏଥିପାଇଁ ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଓଡିଶା ଜୀବିକା ମିଶନର ବିଏଲସି ଦୀନବନ୍ଧୁ ପ୍ରଧାନ ତାଙ୍କ ସହିତ ଉପସ୍ଥିତ ରହି  ଉତ୍ସାହିତ କରିଥିଲେ । ତାଙ୍କର ଏଭଳି ମହତ କାର୍ଯ୍ୟ ପାଇଁ  ସବୁ ମହଲରୁ ତାଙ୍କ ପାକକୁ ଶୁଭେଚ୍ଛାର ସୁଅ ଛୁଟିଛି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories