www.samajalive.in
Sunday, December 14, 2025
19.1 C
Bhubaneswar

ଆଗଲପୁର ବ୍ଲକକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର, ଅଭିଯୋଗ ଆଣିଲେ ବିଧାୟକ

ବଲାଙ୍ଗିର: ରାଜ୍ୟ ସରକାର ବଲାଙ୍ଗିର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆଗଲପୁର ବ୍ଲକକୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ। ଆଗଲପୁର ଫାଣ୍ଡିକୁ ଥାନା ମାନ୍ୟତା, ଜେଏମଏଫସି କୋର୍ଟ ପ୍ରତିଷ୍ଠା ଭଳି ଅନେକ ପୁରୁଣା ଦାବି ମାନେ ରହିଥିବା ସତ୍ୱେ ଏହି ସବୁକୁ ଅଣଦେଖା କରି ଅନ୍ୟ ଅଞ୍ଚଳ ମାନଙ୍କର ଦାବିକୁ ପୂରଣ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ଶ୍ରୀ ମହାଲିଙ୍ଗ। ଗୁରୁବାର ଆଗଲପୁର ନାଗରିକ କମିଟି ଓ ଅନ୍ୟ କିଛି ସାମାଜିକ ସଙ୍ଗଠନର ପ୍ରତିନିଧି ମାନଙ୍କ ସହ ମିଶି ଜିଲାପାଳଙ୍କ ସହ ଏନେଇ ଆଲୋଚନା କରିଥିଲେ।
ବଲାଙ୍ଗିର ଜିଲା ଲୋଇସିଂହା ଥାନା ଅଧିନରେ ସମ୍ପୂର୍ଣ୍ଣ ଆଗଲପୁର ବ୍ଲକ ରହିଛି । ସାଲେଭଟା ଓ ଆଗଲପୁର ଫାଣ୍ଡି ରହିଥିବା ବେଳେ ଏପର୍ଯ୍ୟନ୍ତ ଆଗଲପୁରକୁ ଥାନା ମାନ୍ୟତା ମିଳିନାହିଁ । ଲୋଇସିଂହା ଥାନା ଠାରୁ ଆଗଲପୁର ଫାଣ୍ଡିର ଦୂରତା ବହୁତ ରହିଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ସମାଧାନ କରିବାରେ ଅନେକ ସମସ୍ୟା ରହିଥିବାରୁ ଦୀର୍ଘ ବର୍ଷ ହେଲା ଫାଣ୍ଡିକୁ ଥାନା ମାନ୍ୟତା ପ୍ରଦାନ ପାଇଁ ଦାବି ହୋଇଛି। ଏନେଇ ବିଧାନସଭାରେ ଆଲୋଚନା ସତ୍ୱେ ରାଜ୍ୟ ସରକାର ଅନ୍ୟ ସ୍ଥାନରେ ଥାନା ପ୍ରତିଷ୍ଠା କରୁଥିବା ବେଳେ ଆଗଲପୁରରେ କରୁନଥିବା ଅଭିଯୋଗ ହୋଇଛି। ସେହିପରି ଆଗଲପୁରରେ ଜେଏମଏଫସି କୋର୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ଦାବି ହୋଇଆସୁଛି। ବର୍ତ୍ତମାନ ଲୋଇସିଂହା ଜେଏମଏଫସି ଉପରେ ଆଗଲପୁର ବ୍ଲକ ନିର୍ଭର କରୁଥିବା ବେଳେ ସେଠାରେ କୋର୍ଟ ପ୍ରତିଷ୍ଠା ପାଇଁ ବିଧାୟକ ଓ ସ୍ଥାନୀୟ ବାସିନ୍ଦା ପୂର୍ବରୁ ଦାବି କରିଛନ୍ତି। କିନ୍ତୁ ଗତ କିଛି ଦିନ ତଳେ ରାଜ୍ୟ ସରକାର ନୂଆ କୋର୍ଟ ନେଇ ତାଲିକା ଦେଇଥିବା ବେଳେ ସେଥିରେ ଆଗଲପୁର କୁ ଅଣଦେଖା କରାଯାଇଛି। ଏପରିକି କୋର୍ଟ ତିଆରି ପାଇଁ ଜମିଜମା କାଗଜପତ୍ର ସବୁ ପ୍ରସ୍ତୁତ ହୋଇଥିବା ସତ୍ୱେ କାହିଁକି ଏହାକୁ ଅନୁମତି ମିଳୁନାହିଁ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି। ସେହିପରି ସାଲେଭଟାରୁ ଆଗଲପୁର କୁ ଯାଇଥିବା ରାସ୍ତା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିଲା। ଗତ ଅଢେଇ ବର୍ଷ ହେଲା ତାହା ପୁର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିବା ବେଳେ କାହିଁକି ତାକୁ ପୂର୍ତ ବିଭାଗ ଗ୍ରହଣ କରୁନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏହି ସବୁ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଥିବା ବେଳେ ବାରମ୍ବାର ରାଜ୍ୟ ସରକାର ଆଗଲପୁର ବ୍ଲକ ପ୍ରତି ବୈାମାତୃକ ମନୋଭାବ ପୋଷଣ କରୁଥିବା ବିଧାୟକ ଶ୍ରୀ ମହାଲିଙ୍ଗ ଅଭିଯୋଗ କରିଛନ୍ତି। ଗୁରୁବାର ଆଗଲପୁର ନାଗରିକ କମିଟି ଓ ଚନ୍ଦ୍ରଶେଖର ସାହିତ୍ୟ ସଂସଦର ଏକ ପ୍ରତିନିଧିମଣ୍ଡଳ ବିଧାୟକଙ୍କ ସହ ମିଶି ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସବୁ ସମସ୍ୟା ବିଷୟରେ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ସହ ଆଲୋଚନା କରିଥିବା ବେଳେ ଯଦି ଏହା ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦିଆଯାଇଛି। ବିଧାୟକଙ୍କ ସହ ପ୍ରଶାନ୍ତ ମେହେର, ପ୍ରଦୁଷ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ମେହେର, ପବିତ୍ର ଶତପଥୀ, ଭୂବନ ମେହେର, ଘନଶ୍ୟାମ ମେହେର, କୃଷ୍ଣପ୍ରସାଦ ସେଠ, କ୍ଷୀର ମେହେର ଓ ସଞ୍ଜୟ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories