www.samajalive.in
Monday, December 15, 2025
26.1 C
Bhubaneswar

ସୋଆ ପ୍ରତିଷ୍ଠାତା ଅଧ୍ୟକ୍ଷ ମନୋଜ ନାୟକଙ୍କୁ ‘ରୁଚି ଦେଶ ଗୌରବ’ ସମ୍ମାନ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍‍ଡ ଟୁ ବି ୟୁନିଭର୍ସିଟି)ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ଚଳିତ ବର୍ଷ ପାଇଁ ମର୍ଯ୍ୟାଦାଜନକ ‘ରୁଚି ଦେଶ ଗୌରବ’ ସମ୍ମାନରେ ସମ୍ମାନିତ କରାଯାଇଛି। ଅଗ୍ରଣୀ ଶିଳ୍ପ ଉଦ୍ୟୋଗ ରୁଚି ଫୁଡଲାଇନ୍‍ ଦ୍ୱାରା ସଂସ୍ଥାପିତ ରୁଚି ପ୍ରତିଭା ଫାଉଣ୍ଡେସନ୍‍ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗୁରୁବାର ଦିନ ରୁଚି ପକ୍ଷରୁ ସ୍ୱତନ୍ତ୍ର ରୁଚି ପ୍ରତିଭା ସମ୍ମାନ ସମାରୋହ – ୨୦୨୦ ଭର୍ଚୁଆଲ୍‍ ଜୁମ୍‍ ୱେବିନାର୍‍ ମାଧ୍ୟମରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଫେସର ନାୟକଙ୍କୁ ଏହି ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ପୂର୍ବରୁ ରୁଚିର ଅଧ୍ୟକ୍ଷ  ଶରତ କୁମାର ସାହୁ ଏବଂ ଅନ୍ୟ ବରିଷ୍ଠ କର୍ମକର୍ତାମାନେ ପ୍ରଫେସର ନାୟକଙ୍କୁ ସ୍ୱତନ୍ତ୍ର ଭାବେ ଭେଟି ସମ୍ବର୍ଦ୍ଧିତ କରିଥିଲେ। ଏ ନେଇ ପ୍ରଫେସର ନାୟକ କହିଛନ୍ତି ଯେ ‘ରୁଚି ଦେଶ ଗୌରବ ସମ୍ମାନ-୨୦୨୦’ ପାଇଁ ମୋତେ ମନୋନୀତ କରାଯାଇଥିବାରୁ ରୁଚି ଫାଉଣ୍ଡେସନ୍‍କୁ ଧନ୍ୟବାଦ ଜଣାଉଛି। ଏହି ସମ୍ମାନ କାର୍ଯ୍ୟକ୍ରମ ବହୁ ବର୍ଷ ଧରି ଅନୁଷ୍ଠିତ ହେଉଛି। ଏଭଳି କାର୍ଯ୍ୟକ୍ରମ ସମ୍ମାନୀତ ବ୍ୟକ୍ତି ବିଶେଷଙ୍କୁ ତାଙ୍କ କର୍ମକ୍ଷେତ୍ରରେ ଅଧିକରୁ ଅଧିକ ଉତ୍ସାହିତ କରିବ। ରୁଚି ଫାଉଣ୍ଡେସନ୍‍ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ବୋଲି ପ୍ରଫେସର ନାୟକ କହିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories