www.samajalive.in
Saturday, December 13, 2025
23.1 C
Bhubaneswar

ମହାନଦୀରେ ଖସି ପଡିଥିବା ଯୁବକ ଓଡ୍ରାଫ ଦ୍ୱାରା ଉଦ୍ଧାର 

ଆଠଗଡ : ମୁଣ୍ଡଳି ପୋଲ ଉପରୁ ଜଣେ ଯୁବକ ମହାନଦୀରେ ଖସିପଡି ବନ୍ୟାଜଳରେ ଭାସିଯାଉଥିବାବେଳେ କଟକ ଓଡ୍ରାଫ ଦଳ ନୂଆପାଟଣା ନିକଟରୁ ତାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତର ନୂଆବନ୍ଧ ଗ୍ରାମର ସନ୍ତୋଷ ମୁଦୁଲିଙ୍କ ପୁଅ ରତିରଞ୍ଜନ ମୁଦୁଲି (୨୬) ମୁଣ୍ଡଳି ପୋଲ ଉପରେ ମହାନଦୀରୁ ମାଛମରା ଦେଖୁଥିବାବେଳେ ଅନ୍ୟମନସ୍କ ହୋଇ ନଦୀ ମଧ୍ୟକୁ ଖସିପଡିଥିଲେ। ବନ୍ୟାଜଳ ସ୍ରୋତରେ ରତିରଞ୍ଜନ ଭାସିଯାଉଥିବାବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ଆଠଗଡ ପ୍ରଶାସନକୁ ଅବଗତ କରାଇଥିଲେ। କଟକ ଜିଲ୍ଲାପାଳ ଏ ସଂପର୍କରେ ଖବର ପାଇ ତୁରନ୍ତ ଓଡ୍ରାଫ ଦଳକୁ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ପଠାଇଥିଲେ। ଓଡ୍ରାଫ ଦଳ ଶକ୍ତିଚାଳିତ ଡଙ୍ଗା ସାହାର୍ଯ୍ୟରେ ସଂପୃକ୍ତ ଯୁବକଙ୍କୁ ମୁଣ୍ଡଳିଠାରୁ ପ୍ରାୟ ୭କିମି ଦୂରରେ ସିଡିଏ ନିକଟସ୍ଥ ନୂତନ ସୁବାଷ ଚନ୍ଦ୍ର ବୋଷ ସେତୁ ନିକଟରୁ ଉଦ୍ଧାର କରିଥିବା ଜଣାପଡିଛି। ସଂପୃକ୍ତ ଯୁବକ ସୁସ୍ଥ ଥିବା କଟକ ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories