www.samajalive.in
Wednesday, December 10, 2025
14.1 C
Bhubaneswar

କରୋନା ମହାମାରୀ ପ୍ରଭାବ; ଚଳିତ ଆର୍ଥିକବର୍ଷରେ ଅଭିବୃଦ୍ଧି ୩.୨% ଖସିବ

ନୂଆଦିଲ୍ଲୀ : କରୋନା ମହାମାରୀ ପ୍ରଭାବରେ ବିଶ୍ବ ଅର୍ଥନୀତି ଦୋହଲିଯାଇଛି। ଏହି ପରିପ୍ରେକ୍ଷୀରେ ବିଶ୍ବ ବ୍ୟାଙ୍କ ଭାରତର ଅଭିବୃଦ୍ଧିରେ ହ୍ରାସ ଘଟାଇଛି। ବିଶ୍ବ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ଚଳିତ ଆର୍ଥିକବର୍ଷରେ ୨୦୨୦-୨୧ (ଏପ୍ରିଲ ୨୦୨୦ରୁ ମାର୍ଚ୍ଚ ୨୦୨୧)ରେ ଭାରତର ଅଭିବୃଦ୍ଧିରେ ୩.୨% ହ୍ରାସ ଘଟିବ। ତେବେ କୋଭିଡ୍‌-୧୯ ସଙ୍କଟରୁ ମୁକୁଳିବାକୁ ହେଲେ ଭାରତକୁ ସ୍ବାସ୍ଥ୍ୟ, ଶ୍ରମ, ଜମି, ଅର୍ଥ ଓ ଦକ୍ଷତା ଭଳି କେତେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସଂସ୍କାର ଜରୁରୀ। ଆସନ୍ତା ଆର୍ଥିକବର୍ଷ ଅର୍ଥାତ୍‌ ୨୦୨୧-୨୨ରେ ଦେଶର ଅଭିବୃଦ୍ଧିରେ ସୁଧାର ଆସିବା ନେଇ ବିଶ୍ବ ବ୍ୟାଙ୍କ କହିଛି।
କରୋନା ମହାମାରୀ ଯେଭଳି ଭାବେ ବିଶ୍ବରେ ମାଡି ମାଡି ଚାଲିଛି ସେଥିଯୋଗୁ ବିଶ୍ବ ଅର୍ଥନୀତିରେ ଆଗକୁ ଅଧିକ ହ୍ରାସ ଘଟିବ। ଆର୍ଥିକ କ୍ଷେତ୍ର ଆହୁରି ଅଧିକ ଚାପଗ୍ରସ୍ତ ହେବ। ଏହି ସବୁ କାରଣକୁ ଦୃଷ୍ଟିରେ ରଖି ବିଶ୍ବ ବ୍ୟାଙ୍କ ଭାରତର ଅଭିବୃଦ୍ଧିରେ ଆକଳନରେ ସଂଶୋଧନ ଆଣିଛି। ଆଜି ବିଶ୍ବ ବ୍ୟାଙ୍କ ଏହାର ଇଣ୍ଡିଆ ଡେଭଲପମେଣ୍ଟ ଅପ୍‌ଡେଟ୍‌ ରିପୋର୍ଟ ଉନ୍ମୋଚନ କରିଛି। ୨୦୨୦-୨୧ରେ ଭାରତର ବିତ୍ତୀୟ ନିଅଣ୍ଟ ୬.୬%କୁ ବୃଦ୍ଧି ଘଟିପାରେ। ତେବେ ପରବର୍ତ୍ତୀ ବର୍ଷଗୁଡିକରେ ଏଥିରେ ହ୍ରାସ ଘଟିବା ନେଇ ରି​‌େପ​‌ାର୍ଟରେ କୁହାଯାଇଛି। କରୋନା ପ୍ରଭାବ ଭାରତରେ ସେତେବେଳେ ଅନୁଭୂତ ହୋଇଛି ଯେତେବେଳେ ଏହାର ଅର୍ଥନୀତି ନିମ୍ନଗାମୀ ହେବାରେ ଲାଗିଛି। ୨୦୧୭-୧୮ରେ ଭାରତର ​ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭%ରୁ ୨୦୧୮-୧୯ରେ ୬.୧%କୁ ହ୍ରାସ ଘଟିଥିବାବେଳେ ୨୦୧୯-୨୦ରେ ଏହା ୪.୨%କୁ ଖସିଆସିଛି। ଗ୍ରାମାଞ୍ଚଳରେ ଚାହିଦାରେ ହ୍ରାସ ସହ ବିଶ୍ବ ଅର୍ଥନୀତିରେ ମନ୍ଥରତା ଏହାର ମୁଖ୍ୟ କାରଣ ବୋଲି ବିଶ୍ବ ବ୍ୟାଙ୍କ କହିଛି। ସ୍ବାସ୍ଥ୍ୟ, ଶ୍ରମ, ଜମି, ଅର୍ଥ ଓ ଦକ୍ଷତା ଭଳି କେତେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସଂସ୍କାର ଆଣିଲେ ଭାରତ ​‌େକ​‌ାଭିଡ୍‌-୧୯ ପ୍ରଭାବରୁ ଦୃଢ଼ତାର ସହ ମୁକୁଳିପାରିବ। ଏହିସବୁ କ୍ଷେତ୍ରରେ ସଂସ୍କାର ହିଁ ଭାରତୀୟ ଅର୍ଥନୀତିରେ ଉତ୍ପାଦକତା ଏବଂ ଘରୋଇ ନିବେଶ ସହ ରପ୍ତାନିରେ ବୃଦ୍ଧି ଘଟାଇବ ​‌େବ​‌ାଲି ରି​‌େପ​‌ାର୍ଟରେ କୁହାଯାଇଛି।​‌ ଭାରତ ସରକାରଙ୍କ ପକ୍ଷରୁ କୃଷି, ଶିକ୍ଷା, ରା​‌ଷ୍ଟ୍ରାୟତ୍ତ କ୍ଷେତ୍ର ଏବଂ ଏମ୍‌ଏସ୍‌ଏମଇ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ତ୍ବରିତ ସଂସ୍କାର ପଦକ୍ଷେପ ଅର୍ଥନୀତିକୁ ୭% ଅଭିବୃଦ୍ଧି ପଥକୁ ଫେରାଇ ଆଣିବାରେ ସହାୟକ ହେବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories