www.samajalive.in
Sunday, December 7, 2025
14.1 C
Bhubaneswar

ବିଶ୍ବାସ : ଆଜି ବି ଏହି ଗୁମ୍ଫାରେ ରହିଛି ଭଗବାନ ଗଣେଶଙ୍କ କଟା ମୁଣ୍ଡ, ସ୍ବୟଂ ଶିବଶଙ୍କର ଦେଉଛନ୍ତି ସୁରକ୍ଷା

ସମାଜ ପୋର୍ଟାଲ ଡେସ୍କ (ବୈଜୟନ୍ତୀ ନାୟକ) : ଗଣେଶ ଚତୁର୍ଥୀ ଭଦ୍ରକ ମାସ ଶୁକ୍ଲାପକ୍ଷ ଚତୁର୍ଥ ତିଥିରେ ପଡେ। ଏହି ପର୍ବ ହେଉଛି ଗଣପତି ମହାରାଜଙ୍କ ଜନ୍ମ ବାର୍ଷିକୀ, ଯାହାକୁ ଭକ୍ତମାନେ ଅତି ଉତ୍ସାହର ସହିତ ପାଳନ କରନ୍ତି। ଚଳିତ ବର୍ଷ ଏହି ପର୍ବ ଅଗଷ୍ଟ ୨୨ ତାରିଖ ଶନିବାର ଦିନ ପାଳନ କରାଯିବ। ଭଗବାନ ଗଣେଶ ସମସ୍ତ ଦେବାଦେବୀଙ୍କ ମଧ୍ୟରେ ପ୍ରଥମେ ପୂଜା ପାଆନ୍ତି। ଗଣେଶଙ୍କର ରୂପ ଅନ୍ୟ ଦେବତାମାନଙ୍କ ଠାରୁ ଭିନ୍ନ। ତାଙ୍କର ଶରୀର ମଣିଷ ପରି କିନ୍ତୁ ମୁଣ୍ଡ ହାତୀର ଅଟେ । ଏହି କାରଣରୁ ସେ ଗଜାନନ ନାମରେ ମଧ୍ୟ ଜଣା ଯାଆନ୍ତି।

ଭଗବାନ ଗଣେଶଙ୍କ ମୁଣ୍ଡ ଭଗବାନ ଶିବଙ୍କ ଦ୍ୱାରା କାଟି ଦିଆଯାଇଥିଲା ଏବଂ ପରେ ଭୋଳାନାଥ ନିଜେ ପୁତ୍ର ଗଣେଶଙ୍କ ଶରୀରରେ ହାତୀର ମୁଣ୍ଡ ଯୋଡିଥିଲେ। କିମ୍ବଦନ୍ତୀ ଅନୁଯାୟୀ, ଭଗବାନ ଶିବ କ୍ରୋଧିତ ହୋଇ ଗଣେଶଙ୍କ ମୁଣ୍ଡ କାଟିଥିଲେ ଏବଂ ସେହି ମୁଣ୍ଡକୁ ଏକ ଗୁମ୍ଫାରେ ରଖିଥିଲେ। କୁହାଯାଏ ଯେ, ସେହି ଗୁମ୍ପାରେ ଆଜି ବି ଭଗବାନ ଗଣେଶଙ୍କ କଟା ମୁଣ୍ଡ ରହିଛି ଏବଂ ତାହାକୁ ଖୋଦ୍ ଶଙ୍କର ଭଗବାନ ସୁରକ୍ଷା ଦେଉଛନ୍ତି। ସେହି ଗୁମ୍ପା ପାଲାଲ ଭୁବନେଶ୍ୱର ନାମରେ ଜଣାଶୁଣା।

- Advertisement -

ସେଠାରେ ଭଗବାନ ଗଣେଶଙ୍କୁ ଆଦି ଗଣେଶ ନାମରେ ଜଣାଯାଏ। ବିଶ୍ୱାସ ଅନୁଯାୟୀ, ସେହି ଗୁମ୍ଫାକୁ ଆଦିଶଙ୍କରାଚାର୍ଯ୍ୟ ଆବିଷ୍କାର କରିଥିଲେ। ସେହି ଗୁମ୍ଫା ଉତ୍ତରାଖଣ୍ଡର ପିଥୋରାଗଡର ଗାଙ୍ଗୋଲିହାଟ ଠାରୁ ୧୪ କିମି ଦୂରରେ ଅବସ୍ଥିତ। ସେହି ଗୁମ୍ଫାରେ ଥିବା ଗଣେଶ ପ୍ରଭୁଙ୍କ ମୁଣ୍ଡକୁ ଆଜି ବି ଭଗବାନ ଶିବ ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ବିଶ୍ବାସ କରାଯାଏ। ସେଠାରେ ଗଣେଶଙ୍କ ମୁଣ୍ଡ ବିହୀନ ମୂର୍ତ୍ତିର ଠିକ ଉପରି ଭାଗରେ ୧୦୮ ପାଖୁଡା ଥିବା ବ୍ରହ୍ମକମଳ ସ୍ବରୂପର ଏକ ପଥର ରହିଛି। ସେହି ବ୍ରହ୍ମକମଳ ପଥରରୁ ଗଣେଶଙ୍କ ମୂର୍ତ୍ତି ଉପରେ ଜଳ ବୁନ୍ଦା ଝରୁଥାଏ। ଏହି ବ୍ରହ୍ମକମଳକୁ ଭଗବାନ ଶିବ ନିଜେ ସ୍ଥାପନା କରିଥିଲେ। ଏହା ସହ ସେହି ଗୁମ୍ଫାରେ ୩୩ ହଜାର ଦେବତାଙ୍କର ମୂର୍ତ୍ତି ରହିଛି। ସେହି ମୂର୍ତ୍ତି ଉପରେ ମଧ୍ୟ ଜଳ ପ୍ରବାହିତ ହେଉଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories