www.samajalive.in
Saturday, December 6, 2025
15.1 C
Bhubaneswar

ଜମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା; ବିଜେପି ନେତା ୱାସିମ ବାରୀଙ୍କ ହତ୍ୟାକାଣ୍ଡ ଘଟାଇଥିବା ଆତଙ୍କୀ ନିହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ବାରାମୁଲା ଜିଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ହାସଲ ହୋଇଛି। ସୋମବାରଠାରୁ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଯବାନଙ୍କ ଗୁଳିରେ ତୃତୀୟ ଆତଙ୍କୀ ମଧ୍ୟ ନିହତ ହୋଇଛି। ଆତଙ୍କବାଦୀ ଉସ୍ମାନ ବିଜେପି ନେତା ସ୍ୱର୍ଗତଃ ୱାସିମ ବାରୀ, ତାଙ୍କ ପିତା ଓ ଭାଇଙ୍କ ହତ୍ୟାକାଣ୍ଡ ଘଟାଇଥିଲା।
କଶ୍ମୀର ଜୋନ୍‍ ପୁଲିସର କହିବାନୁସାରେ, ବାରାମୁଲା ଜିଲାର କ୍ରେରି ଅଞ୍ଚଳରେ ଗୁଳି ବିନିମୟରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଛି। କାଲିଠାରୁ ପ୍ରାୟ ୩ ଆତଙ୍କୀ ନିହତ ହୋଇଛନ୍ତି। ଏହାସହିତ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ମଧ୍ୟ ଜବତ କରାଯାଇଛି। ନିହତ ହୋଇଥିବା ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ଲଶ୍କର ଟପ୍ କମାଣ୍ଡର ଥିଲେ।ଆତଙ୍କବାଦୀ ଉସ୍ମାନ ବିଜେପି ନେତା ସ୍ୱର୍ଗତଃ ୱାସିମ ବାରୀ, ତାଙ୍କ ପିତା ଓ ଭାଇଙ୍କ ହତ୍ୟାକାଣ୍ଡ ଘଟାଇଥିଲା। ସେହିପରି ସଜ୍ଜାଦ ଓରଫ ହୈଦର ଷଡ଼ଯନ୍ତ୍ରକାରୀ ଥିଲା। ଏହାସହିତ ଏମାନେ ଅନେକ ହତ୍ୟାକାଣ୍ଡ ଏବଂ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories