www.samajalive.in
Tuesday, December 9, 2025
16.1 C
Bhubaneswar

ରାଜକୀୟ ଜାପାନୀ ହୋଟେଲ୍

ରାଜାରାଜୁଡ଼ା ଶାସନର କାହାଣୀ ଏବେ ଇତିହାସ ପୃଷ୍ଠାରେ ଦେଖିବାକୁ ମିଳୁଛି। ବିଶ୍ବର ପ୍ରମୁଖ ପ୍ରାନ୍ତରେ ଥିବା ରାଜପ୍ରାସାଦଗୁଡ଼ିକ ବର୍ତ୍ତମାନ ଐତିହାସିକ ସ୍ଥଳୀ, ତଥା କେତେକ ପ୍ରାସାଦ ହୋଟେଲ ଭାବେ କାର୍ଯ୍ୟକାରୀ ହେଉଛି। ତନ୍ମଧ୍ୟରୁ ଅନ୍ୟତମ ହେଲା ଜାପାନସ୍ଥିତ ‘ଓଜୁ ହୋଟେଲ’। ମଧ୍ୟଯୁଗରେ ନିର୍ମିତ ଏଇ ହୋଟେଲ ଜାପାନର ଅନ୍ୟତମ ବିଳାସମୟ ହୋଟେଲ ଭାବେ ଜଣାଯାଏ। ୧୬୧୭ରେ ନିର୍ମିତ ହୋଇଥିବା ଓଜୁ ପ୍ରାସାଦ ‘ଲିଟିଲ୍ କ୍ବିଟୋ’ ନାମରେ ପରିଚିତ। ରାଜପ୍ରାସାଦର ଚତୁର୍ଦିଗ କାଠରେ ନିର୍ମିତ ଓ ବର୍ତ୍ତମାନ ସୁଦ୍ଧା ଏହି କାଠର ଚମକ ରହିଛି। ଯାହା କାରଣରୁ ପର୍ଯ୍ୟଟକଙ୍କର ହୋଟେଲଟି ଖୁବ୍ ପ୍ରିୟ। ଓଜୁ ମହଲର ଉତ୍ତରାଧିକାରୀ ଯେତେବେଳେ ଏହି ରାଜପ୍ରାସାଦକୁ ହୋଟେଲରେ ରୂପାନ୍ତର କରିବାକୁ ନିଷ୍ପତ୍ତି ନେଲେ, ଏହା ଆଦୌ ସହଜ ପଦକ୍ଷେପ ନଥିଲା। ବିଶ୍ବର ନାମୀ ଆର୍କିଟେକଚର୍‌ ଆସି ବୁଦ୍ଧିମତ୍ତାର ସହ କାମ ସମ୍ପାଦନ କରିଥିବାର ପ୍ରକାଶ। ଓଜୋ ହୋଟେଲର ନିର୍ମାଣଶୈଳୀ ପ୍ରାଚୀନ ଓ ସୁନ୍ଦର ହୋଇଥିବାରୁ ତାହା ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।
– ଥରକରେ ଏହି ହୋଟେଲରେ ୬ଜଣ ଅତିଥି ରହିବାର ସୁବିଧା ରହିଛି। ସୁନା ଅଳଙ୍କାର ଖଚିତ ପୋଷାକମାନ ଅତିଥି ରହଣି କାଳରେ ପିନ୍ଧି ଫଟୋ ଉଠାଇବାର ବନ୍ଦୋବସ୍ତ ଥିବାର ପ୍ରକାଶ।
– ଦୁଇଜଣ ଲୋକ ଏଇ ହୋଟେଲରେ ରହିବା ନିମନ୍ତେ ଦିନପିଛା ୭ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଜାପାନ ଓ ବିଦେଶରୁ ନିୟମିତ ଗ୍ରାହକ ଆସି ଏହି ହୋଟେଲରେ ଅବସ୍ଥାନ କରିଥାନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories