www.samajalive.in
Thursday, December 11, 2025
14.1 C
Bhubaneswar

ଚିକାଗୋର ଚର୍ଚ୍ଚିତ ସ୍କିନି ହାଉସ୍

ଅଧିକ ପତଳା ଚେହେରାର ବ୍ୟକ୍ତିଙ୍କୁ ଇଂରାଜୀରେ ‘ସ୍କିନି’ କୁହାଯାଇଥାଏ। ବ୍ୟକ୍ତିବିଶେଷଙ୍କ ଠାରେ ଏହି ସମ୍ବୋଧନ ଗ୍ରହଣୀୟ ଅଟେ କିନ୍ତୁ ପ୍ରଥମଥର ଚିକାଗୋର ଏକ ଘରକୁ ‘ସ୍କିନି ହାଉସ୍’ ନାମ ଦିଆଯାଉଛି। ଘରଟିର ଆକୃତିକୁ ଦେଖିଲେ ପାଠକ ଏହା ପଛର କାରଣ ଅନୁମାନ କରିପାରିବେ। ଚିକାଗୋର ଡିୟରଫିଲ୍ଡ ଅଞ୍ଚଳରେ ଏଇ ଘରଟି ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକଙ୍କର ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲଟିଛି। ଦୈନିକ ସଂଖ୍ୟାଧିକ ଲୋକ ଏଇ ଘର ସମ୍ମୁଖରେ ସେଲ୍‌ଫି ନେଇ ସୋସିଆଲ୍‌ ସାଇଟ୍‌ରେ ଫଟୋ ଅପଲୋଡ କରିଛନ୍ତି। ୨୦୦୭ରେ ସେଠାକାର ଜନୈକ ଡେଭଲ୍‌ପର୍ ଗ୍ରେଗ୍ ୱେସିମ୍ୟାନ୍ ଏହି ଘରର ନିର୍ମାଣ ଆରମ୍ଭ କରିଥିଲେ। ଘରର ନାମ ସେ ‘ପାଏ ହାଉସ’ ଦେଇଥିବାବେ​‌େ​‌ଳ ଏହାର ତିଆରିରେ ୨କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ଘରର ଗୋଟିଏ କାନ୍ଥର ଚଉଡ଼ା ମାତ୍ର ୩ ଫୁଟ୍, ଦୁଇଟି ଶୟନ କକ୍ଷ, ଦୁଇଟି ସ୍ନାନାଗାର ସହ ଗୋଟିଏ ରୋଷେଇଘର ଓ ​‌େ​‌ଛାଟ ବୈଠକଖାନା ରହିଛି। ସ୍କିନି ହାଉସ୍‌ର ଆଭ୍ୟନ୍ତରୀଣ ସାଜସଜା ଖୁବ୍ ସୁନ୍ଦର ହୋଇଥିବାବେଳେ କେବଳ ୨ଜଣ ବ୍ୟକ୍ତି ହିଁ ଏଠାରେ ରହିପାରିବାର ସମସ୍ତ ସୁବିଧା ଅଛି। ବିଦେଶୀ ରାଇଜର ପ୍ରତ୍ୟେକ ଘରେ ଗ୍ୟାରେଜ୍‌ର ସୁବିଧା ଥାଏ ହେଲେ ସ୍କିନି ହାଉସ୍‌ରେ ଏହା ନାହିଁ। ଏହି କାରଣ ପାଇଁ ଲୋକେ ଚର୍ଚ୍ଚିତ ‘ପାଏ ହାଉସ୍’ କିଣିବାରେ ଆଗ୍ରହ ଦେଖାଉନାହାନ୍ତି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories