www.samajalive.in
Saturday, December 6, 2025
16.1 C
Bhubaneswar

ସୀମାନ୍ତ ନଦୀରେ ଫୁଲୁଛି ନଦୀ, ଜଳ ନିଷ୍କାସନରେ ବାଧକ ପୋଲାଭରମ

ମାଲକାନଗିରି: ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ମାଲକାନଗିରି ଜିଲ୍ଲାରେ ବିଗତ ବର୍ଷମାନଙ୍କ ଠାରୁ କମ୍‍ ବୃଷ୍ଟିପାତ ହୋଇଥିବା ବେଳେ ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହ ଠାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଛିା ଯାହା ଫଳରେ ସମଗ୍ର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ବିଶେଷ କରି ଜିଲ୍ଲାର ଉପର ମୁଣ୍ଡ ଖଇରପୁଟ ବ୍ଲକ, ମାଥିଲି ବ୍ଲକ, କୁଡୁମୁଲୁଗୁମ୍ମା, ଚିତ୍ରକୋଣ୍ଡା, କୋରୁକୋଣ୍ଡା ମାଲକାନଗିରି ଆଦି ଅଂଚଳରେ ହୋଇଥିବା ବର୍ଷା ଜଳ ନିଷ୍କାସନ ହୋଇ କାଲିମେଳା ବ୍ଲକ ଦେଇ ପ୍ରବାହିତ ହେଉଛି। ଯାହା ଫଳରେ ସୀମାନ୍ତବର୍ତୀ ସାବେରୀ ଓ ସିଲେରୁ ନଦୀରେ ପାଣି ମୋଟୁଠାରେ ଫୁଲୁଥିବା ଦେଖିବାକୁ ମିଳିଛି। ଫଳରେ ମୋଟୁ ସାବେରୀ ନଦୀର ଜଳ ମୋଟୁ ଗ୍ରାମ ମୁଗି ପଏଂଟରେ ସାତରୁ ଆଠ ଫୁଟ ଫୁଲି ଥିବା ଦେଖିବାକୁ ମିଳିଛି।

ଅଂଚଳବାସୀଙ୍କ କହିବା ଅନୁସାରେ ବିଗତ କିଛି ବର୍ଷ ଧରି ବର୍ଷା ହେଲେ ଏହି ଅଂଚଳରେ ପାଣି ଫୁଲି ଉଠୁଛି। ଫଳରେ ପ୍ରତିବର୍ଷ ମୋଟୁ ଅଂଚଳ ବନ୍ୟାରେ ବୁଡି ରହୁଛିା କାରଣ ଚିନା ଗୋଦାବରୀ ନଦୀରେ ପୋଲାଭରମ୍‍ ପ୍ରକଳ୍ପ ନିର୍ମାଣ ପରେ ଏହି ନଦୀର ଜଳ ଠିକ ଭାବରେ ନିଷ୍କାସନ ହୋଇ ପାରୁନାହିାଁ ଚିନା ଗୋଦାବରୀରେ ବନ୍ଧ କରିଥିବା ଯୋଗୁଁ ବନ୍ୟା ଜଳ ଫୁଲି ମୋଟୁ ଅଂଚଳକୁ ଜଳମଗ୍ନ କରି ଦେଉଛିା ପୋଲାଭରମ ପ୍ରକଳ୍ପ ଯୋଗୁଁ ଏହି ଅଂଚଳରେ ପ୍ରତିବର୍ଷ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛଇା

- Advertisement -

ଏହି ପ୍ରକଳ୍ପ ବନ୍ଦ କରିବା ନିମନ୍ତେ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ଆନ୍ଦୋଳନ ଚାଲି ଆସୁଥିବା ବେଳେ ବର୍ତମାନ ସୁଦ୍ଧା ଏହି ପ୍ରକଳ୍ପ ବିରୁଦ୍ଧରେ ଆନ୍ଦୋଳନ ଜାରି ରହିଛିା ତଥାପି ଏହାକୁ ବେଖାତିର କରି ତେଲେଙ୍ଗାନା ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ କରିଛନ୍ତିା ଯାହା ମାଲକାନଗିରି ଜିଲ୍ଲାର ସୀମାନ୍ତବର୍ତୀ ଅଂଚଳବାସୀଙ୍କ ନିମନ୍ତେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହି ଅଂଚଳର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହେଉଥିବା ବେଳେ ବନ ଜଙ୍ଗଲ ଓ ଜଙ୍ଗଲ ଜାତ ଦ୍ରବ୍ୟ ନଷ୍ଟ ହେଉଛି।

ଏ ନେଇ ଗତ କିଛିବର୍ଷ ତଳେ ଓଡିଶା ସରକାରଙ୍କ ଦୁଇ ମନ୍ତ୍ରୀ ମୋଟୁଠାରେ ଆସି ଡେରା ପକାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇ ପାରିନାହିାଁ ବର୍ତମାନ ଏହି ପୋଲାଭରମ ପ୍ରକଳ୍ପ ଯୋଗୁଁ ପ୍ରତିବର୍ଷ ମୋଟୁ ଅଂଚଳ ବନ୍ୟାଜଳ ପ୍ରବାହିତ ହୋଇ ବୁଡି ରହୁଥିବା ବେଳେ ଚଳିତ ବର୍ଷ ମଧ୍ୟ ସେହି ପରିସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ମୋଟୁ ଅଂଚଳର ସମସ୍ୟାର ସମାଧାନ ନିମନ୍ତେ ଦାବି କରିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories