www.samajalive.in
Sunday, December 14, 2025
14.1 C
Bhubaneswar

କଣ୍ଟାବାଞ୍ଜିରେ ପୌରାଞ୍ଚଳସ୍ତରୀୟ ୭୪ତମ ସ୍ୱାଧିନତା ଦିବସ ପାଳିତ

କଣ୍ଟାବାଞ୍ଜି :  କଣ୍ଟାବାଞ୍ଜି ପୌରାଂଚଳସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପାଳିତ ହୋଇଯାଇଛି । ଚଳିତ ବର୍ଷ କରୋନା ସଂକ୍ରମଣ ରୋଗର ବ୍ୟାପକ ବୃଦ୍ଧି ଯୋଗୁଁ ସରକାରଙ୍କ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ଜାତୀୟ ଦିବସ ପାଳିତ ହୋଇଛି । ଏହି ଦିବସ ପାଳନ ଅବସରରେ କଂଟାବାଂଜି ସହରକୁ ସଂକ୍ରମଣରୁ ରକ୍ଷା କରିବା ନେଇ ସହରର କୌଣସି ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇ ନ ଥିଲା । ପ୍ରତ୍ୟେକ ବର୍ଷ ୩୫ରୁ ଉର୍ଦ୍ଧ ଟ୍ରୁଫ୍ସ ଭାଗ ନେଇ ଜାତୀୟ ପତକାକୁ ସଲାମି କରୁଥିଲେ କିନ୍ତୁ ଏ ବର୍ଷ ଶିକ୍ଷାନୁଷ୍ଠାନ ଗୁଡିକ ସାମିଲ ନ ହେବାରୁ ଫୁଟବଲ ଗ୍ରାଉଣ୍ଡ ଖାଁ ଖାଁ ଲାଗିଥିଲା କିନ୍ତୁ ସ୍ଥାନୀୟ ପୁଲିସ ଥାନାର ଯବାନ ଏବଂ ଏନ.ସି.ସି. ଅଫିସର ଛେଲିଆ ସାହୁଙ୍କ ନେତୃତ୍ୱରେ ଏନ.ସି.ସି. କ୍ୟାଡେଟ ଓ ପୋଲିସ ପର୍ସନାଲ ସହ ସାମ୍ବାଦିକଙ୍କୁ ମିଶାଇ ମୋଟ ୫୦ଜଣଙ୍କ ଉପସ୍ଥିତିରେ ପାଳିତ ହୋଇଛ ।

ଖାଁ ଖାଁ ପରିବେଶ ମଧ୍ୟରେ ମଧ୍ୟ ଦେଶର ବଳିଦାନରେ ସାମିଲ ଥିବା ଜବାନ ଏବଂ ସ୍ୱାଧୀନ ଭାରତକୁ ସମ୍ମାନ ଦେବା ଅବସରରେ ପାଳିତ ହୋଇଛି ସ୍ୱାଧୀନତା ଦିବସ । ଏହି ଅବସରରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ମୂଖ୍ୟ ଅତିଥୀଭାବେ ଯୋଗ ଦେଇ ଜାତୀୟ ପତକା ଉତତୋଳନ କରିଛନ୍ତି । ସ୍ୱାଧୀନତା ଦିବସ ପାଳନ ଅବସରରେ ନିଜର ବକ୍ତବ୍ୟ ରଖି କଂଟାବାଂଜି ସହର ତଥା ଓଡିଶା ଓ ଦେଶର ସୁରକ୍ଷା ପାଇଁ ସାମାଜିକ ଦୂରତା ପାଳନ କରିବା ସହିତ ସମସ୍ତ କରୋନା ଯୋଦ୍ଧାକୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଗତ ୫ମାସ ହେଲା କଂଟାବାଂଜି ସହରରେ କରୋନା ସଂକ୍ରମଣ ରୋଗର ନିଦାନ ପାଇଁ କାମ କରିଥିବା କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଛି । କଂଟାବାଂଜିର ବିଶିଷ୍ଟ ବ୍ୟକ୍ତି ନୁନକର ଜୈନଙ୍କ ସ୍ମୃତିରେ ଦାନ କରାଯାଇଥିବା ଟ୍ରଫି କୁ ଏନ.ଏ.ସି.ଦ୍ୱାରା କରୋନା ଯୋଦ୍ଧା ଡାକ୍ତର ଏସ.ପି.ଡି. ପଣ୍ଡା, ଏନଏସି ଜେଇ ଆଦିତ୍ୟ ମିଶ୍ର, ପିଅନ ଜନ୍ତେଶ ତାଣ୍ଡ, ସତ୍ୟନାରାୟଣ ଦିପ,ସୁନିଲ ନାଗ,ସଂଜୟ ନାଗ, ଫାର୍ମାଶିଷ୍ଟ ପଦ୍ମଚରଣ ବେହେରା, ସନ୍ତୋଷ କୁମାର ମହନ୍ତ, ଏଲଏଚଭି ଉମାଦିନି ସାଗର, ଆଶା ମାଁ ଅହାଲୟା ନାଗ,ଆଙ୍ଗନବାଡି କର୍ମି ନଲିନି ଜୁଏଡ ବିଜୟ ଲକ୍ଷ୍ମୀ ଦାସ, ସିଆରସିସି ଦିନେଶ ମହାନନ୍ଦ, ଫାୟାର ଅଫିସର ଅସିତ କୁମାର ଜେନା, ଫ୍ୟାରମେନ ଉମାଶଙ୍କର ଶବର, ଅମ୍ବରିଶ ପଣ୍ଡା, ଥାନା ଆଇ.ଆଇ.ସି. ସତ୍ୟଜିତ କାଣ୍ଡେଲକର, ଏ.ଏସ.ଆଇ. ପଂଚାନନ ଖୁଆସ. ଦିଲିପ କଅଁର,ଏ.ଏସ.ଆସ. ଭାଗବତ ପ୍ରସାଦ ସାଏ, ଏସ.ଆର.ଏ. ରବିନାରାୟଣ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଛି ।

- Advertisement -

ଏହି ଅବସରରେ ଏନ.ଏ.ସି. ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ର, ପୋଲିସ ଏସ.ଡି.ପି.ଓ. ସରୋଜ କୁମାର ମହାପାତ୍ର, ତହସିଲଦାର ଅଶୋକ କୁମାର ମାଝି ସମ୍ମାନିତ ଅତିଥୀଭାବେ ଯୋଗ ଦେଇଥିଲେ । ସ୍ୱାଧୀନତା ଦିବସର କାର୍ଯ୍ୟକ୍ରମଟିକୁ ଅଧ୍ୟାପକ ସତ୍ୟବ୍ରତ ମିଶ୍ର ପରିଚାଳନା କରିଥିବା ବେଳେ ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ ସହଯୋଗ କରିଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories