www.samajalive.in
Saturday, December 6, 2025
16.1 C
Bhubaneswar

ସାକ୍ଷୀଗୋପାଳରେ ସ୍ୱାଧୀନତା ଦିବସ ପାଳିତ ; ବୀର ଗୋବିନ୍ଦ ପୁରସ୍ଥିତ କୃଷି ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ସାକ୍ଷୀଗୋପାଳ : ଆଜି ୭୪ ତମ ସ୍ୱାଧୀନତା ଦିବସ, ସତ୍ୟବାଦୀ ଅଞ୍ଚଳରେ ସରକାରଙ୍କ କୋଭିଡ କଟକଣା ନିୟମ ଅନୁଯାଇ ସାମାଜିକ ସୁରକ୍ଷା, ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ବ୍ଲକରେ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଥାନାରେ ଆଇ ଆଇ ସି ଦେବୀ ପ୍ରସାଦ ପାତ୍ର, ତହସିଲ କାର୍ୟ୍ୟାଳୟରେ ତହସିଲଦାର ମନୋଜ କୁମାର ନାୟକ, ନୀଳାଚଳ କୃଷକ ମହାସଂଘ କାର୍ୟ୍ୟାଳୟରେ ସଭାପତି ଗୋପୀନାଥ ମିଶ୍ର, ସାକ୍ଷୀଗୋପାଳ ମନ୍ଦିର କାର୍ୟ୍ୟାଳୟରେ କାର୍ୟ୍ୟ ନିର୍ବାହୀ ଅଧିକାରୀ ବିନୋଦ କୁମାର ସ୍ୱାଇଁ, ସତ୍ୟବାଦୀ ବ୍ଲକ କଂଗ୍ରେସ କମିଟି ତରଫରୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡସ୍ଥିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ସ୍ଥଳ ସମ୍ମୁଖରେ ଜୟନ୍ତ କୁମାର ହୋତା, ଗ୍ରାମ୍ୟ କୃଷି ବିକାଶ ପରିଷଦ, ବୀର ଗୋବିନ୍ଦ ପୁର କାର୍ୟ୍ୟାଳୟରେ ପୂର୍ଣାନନ୍ଦ ତ୍ରିପାଠୀ, ସତ୍ୟବାଦୀ ବ୍ଲକ ବିଜେଡି କାର୍ୟ୍ୟାଳୟରେ ବ୍ଲକ ସଭାପତି ପ୍ରମୋଦ କୁମାର ରାଉତରାୟ, ଆଳିସ ଯାଦବ କାର୍ୟ୍ୟାଳୟରେ ବିଜେପି ତରଫରୁ ସୁରେନ୍ଦ୍ର କୁମାର ପ୍ରଧାନ, ସତ୍ୟବାଦୀ ଯୋଗ ସମିତି ତରଫରୁ ଯୋଗ ଗୁରୁ ସୁବାସ ଚନ୍ଦ୍ର ମିଶ୍ର ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସତ୍ୟବାଦୀ ଯୋଗ ସମିତି କାର୍ୟ୍ୟାଳୟରେ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ଓ ଶିକ୍ଷକ ସତ୍ୟବାଦୀ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
ବୀର ଗୋବିନ୍ଦ ପୁରସ୍ଥିତ କୃଷି ବିକାଶ କାର୍ୟ୍ୟାଳୟ ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ପୂର୍ଣାନନ୍ଦ ତ୍ରିପାଠୀ, ଗୋପବନ୍ଧୁ କୃଷକ କ୍ଲବ ସଭାପତି ନରହରି ମିଶ୍ର, ଅନନ୍ତେସ୍ୱର କୃଷକ କ୍ଲବ ସଭାପତି ବିଭୂ ପ୍ରସାଦ ପ୍ରଧାନ, ଜୟ ଗୋପାଳ କଏର କ୍ରାଫ୍ଟ ସମ୍ପାଦିକା ସୌଦାମିନୀ ଦଳେଇ, ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହାନ୍ତା ସିଂ, ଅଶୋକ ବେହେରା ବିଷ୍ଣୁ ପ୍ରସାଦ ବେହେରା, ସଂଯୁକ୍ତା ପାହାନ୍ତା ସିଂ ଓ ଶଙ୍କର ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories