www.samajalive.in
Friday, December 12, 2025
16.1 C
Bhubaneswar

ଭାରତରେ କରୋନା ଔଷଧର ଶୁଭାରମ୍ଭ କରିଛି ଜିଡସ୍ କ୍ୟାଡିଲା; ଜାଣନ୍ତୁ କେତେ ହେବ ଏହାର ମୂଲ୍ୟ?

ନୂଆଦିଲ୍ଲୀ : କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି । ସାରା ବିଶ୍ୱରେ କରୋନା ଟିକା ଏବଂ ଔଷଧ ନେଇ ଗବେଷଣା ଚାଲିଛି। ଇତି ମଧ୍ୟରେ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜିଡସ୍ କ୍ୟାଡିଲା ଗୁରୁବାର ଦିନ କହିଛି ଯେ ରେମୋଡେକ୍ ବ୍ରାଣ୍ଡ ନାମରେ ଭାରତୀୟ ବଜାରରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଉପଯୋଗୀ ରେମେଡେଭିଆର୍ ଔଷଧ ଆଣିଛି।
କମ୍ପାନୀ ଷ୍ଟକ ମାର୍କେଟକୁ କହିଛି ଯେ ରେମଡେକର ୧୦୦ ମିଲଇଗ୍ରାମ ଭାଏଲର ମୂଲ୍ୟ ହେଉଛି ୨,୮୦୦ ଟଙ୍କା, ଯାହା ହେଉଛି ଭାରତରେ ଉପଲବ୍ଧ ରେମଡେସିଭରର ସବୁଠାରୁ ଶସ୍ତା ବ୍ରାଣ୍ଡ ଅଟେ। ଜିଡସ୍ କ୍ୟାଡିଲା କହିଛି ଯେ, ଏହି ଔଷଧ ଏହାର ବିତରଣ ନେଟୱାର୍କ ମାଧ୍ୟମରେ ସାରା ଦେଶରେ ଉପଲବ୍ଧ ହେବ। ଏହି ଔଷଧ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ମିଳିବ।

କ୍ୟାଡିଲା ହେଲଥ କେୟାରର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶର୍ଭିଲ ପଟେଲ କହିଛନ୍ତି ଯେ ରେମଡାକ ହେଉଛି ସବୁଠାରୁ ଶସ୍ତା ଔଷଧ, ଯେହେତୁ ଆମେ ଚାହୁଁ ଯେ ଏହି ଔଷଧ କୋଭିଡ -୧୯ ଚିକିତ୍ସାରେ ଯଥାସମ୍ଭବ ରୋଗୀଙ୍କ ନିକଟରେ ପହଞ୍ଚୁ।
ଏହି ଔଷଧ ପାଇଁ ସକ୍ରିୟ ଔଷଧ ଉପାଦାନ କମ୍ପାନୀ (ଇଚଓ) ଗୋଷ୍ଠୀର ଗୁଜୁରାଟ ୟୁନିଟରେ ପ୍ରସ୍ତୁତ କରାଯାଇଛି ଜ୍ଝ ଜିଡସ୍ କ୍ୟାଡିଲା ମଧ୍ୟ କୋଭିଡ -୧୯ର ଏକ ଟିକା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଜାଇକୋଭ-ଡି ନାମକ ଟିକା କ୍ଲିନିକାଲ ପରୀକ୍ଷଣର ଦ୍ୱିତୀୟ ପର୍ୟ୍ୟାୟରେ ଅଛି।
ସୂଚନାଯୋଗ୍ୟ, ଦେଶରେ କରୋନା ଭୂତାଣୁ ସଂକ୍ରମଣ ମାମଲା କ୍ରମାଗତ ଭାବରେ ବଢି ଚାଲିଛି । ଗୁରୁବାର ଦିନ ସଂକ୍ରମିତ ନୂଆ ମାମଲା ରେକର୍ଡ ସୃଷ୍ଟି କରିଛି । ୬୬,୯୯୯ ଟି ନୂଆ ମାମଲା ଚିହ୍ନଟ ହୋଇଛି।
ଏହା ହେଉଛି ଷଷ୍ଠ ଦିନରେ ୬୦,୦୦୦ରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି। ଏଥି ସହିତ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୩ ଲକ୍ଷ ୯୬ ହଜାର ଅତିକ୍ରମ କରିଛି। ତେବେ ଆଶ୍ବସ୍ତି କର କଥା ହେଉଛି ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ପାଖାପାଖି ୧.୭ ମିଲିୟନରେ ପହଞ୍ଚିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories