www.samajalive.in
Thursday, December 11, 2025
15.1 C
Bhubaneswar

ୟୁରିଆ ସାର କଳାବଜାର; ବସ୍ତା ପ୍ରତି ୫ଶହରୁ ୮ଶହ ଟଙ୍କାରେ ବିକ୍ରି, କଳାବଜାରୀ ମାଲାମାଲ୍‍

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ଅଞ୍ଚଳରେ ଥିବା ୬ଟି ସେବା-ସମବାୟ ସମିତିରେ ୟୁରିଆ ସାର ଅଦୌ ନାହିଁ। ଲାଇସେନ୍ସ ପ୍ରାପ୍ତ ବିକ୍ରେତାମାନଙ୍କ ପାଖରେ ୟୁରିଆ ସାର ନାହିଁ। ସରକାର ୫୦ କେଜି ଭର୍ତ୍ତି ଥିବା ୟୁରିଆ ସାର ବସ୍ତାକୁ ୨୬୬ଟଙ୍କା ୫୦ ପଇସା ଧାର୍ଯ୍ୟ କରିଥିବା ବେଳେ ୟୁରିଆ ସାର ଅଭାବର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ କଳାବଜାରା କରି ବସ୍ତା ପ୍ରତି ସ୍ଥାନ କାଳ ପାତ୍ର ଦେଖି ୫ଶହରୁ ୮ଶହ ଟଙ୍କାରେ ବିକ୍ରି କରି ମୁନାଫା କରୁଥିବାର ଅଭିଯୋଗ ହେଉଛି। ଦିନ ଦ୍ୱିପ୍ରହରରେ ଚାଷୀମାନଙ୍କର ଅସୁବିଧାର ଫାଇଦା ଉଠାଇ ଅସାଧୁ ବେପାରୀମାନେ ଲୁଟ୍‍ କରୁଥିଲେ ମଧ୍ୟ ପ୍ରଶାସନ ଏବଂ ବିଭାଗୀୟ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜି ପରୋକ୍ଷରେ ସାର କଳାବଜାରକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ସଂପ୍ରତି କରୋନା ପ୍ରକୋପରେ ଲୋକଙ୍କ ଜୀବନଜୀବିକା ଠପ୍‍ ପଡିଥିବାବେଳେ ୟୁରିଆ କଳାବାଜାରୀ ଚାଷୀମାନଙ୍କୁ ଘୋର ବାଧକର ହେଉଛି। ଗୋଦାମ ସେବା-ସମବାୟ ସମିତି ଏବଂ ଲାଇସେନ୍ସ ପ୍ରାପ୍ତ ସାର ବିକ୍ରେତାମାନଙ୍କ ପାଖରେ ୟୁରିଆ ନଥିବାବେଳେ କଳାବଜାରୀମାନଙ୍କ ପାଖରେ କେଉଁଠୁ ସାର ଆସିଲା ବୋଲି ସଚେତନ ଚାଷୀ ମହଲରେ ପ୍ରଶ୍ନ ହେଉଛି। ଧାର୍ଯ୍ୟ ସରକାରୀ ମୁଲ୍ୟରୁ ୨/୩ ଗୁଣ ଅଧିକ ଚଢା ଦରରେ ବିକ୍ରି ହେଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କାହିଁକି ନିରବ ବୋଲି ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ସଂପ୍ରତି ଧାନ ଚାଷରେ ୟୁରିଆ ସାର ପ୍ରୟୋଗ ଅତି ଜରୁରୀ ହୋଇଥିବା ସମୟରେ ସେବା-ସମବାୟ ସମିତିମାନଙ୍କରେ ଆଗୁଆ ପ୍ରଚୁର ପରିମାଣରେ ୟୁରିଆ ସାର ମହଜୁଦ କରି ରଖାଯିବା କଥା। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ତଥା ଖାମଖିଆଲି ନୀତି ଯୋଗୁଁ କୌଣସି ସେବା-ସମବାୟ ସମତି ଗୋଦାମରେ ୟୁରିଆ ସାର ମହଜୁଦ ନାହିଁ। ଫଳରେ ଚାଷୀ ବାଧ୍ୟ ହୋଇ କଳା ବାଜାରୀମାନଙ୍କଠାରୁ ଚଢା ଦରରେ ସାର କିଣିବାକୁ ବାଧ୍ୟ ହୋଇ ଶୋଷଣର ଶିକାର ହେଉଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories