www.samajalive.in
Wednesday, December 10, 2025
26.1 C
Bhubaneswar

ଗେହଲଟ-ପାଇଲଟ୍ ଭେଟ: ମିଶିଲା ହାତ, ବିଞ୍ଚି ହୋଇଗଲା ହସ

ଜୟପୁର: ଆସନ୍ତାକାଲି ବସିବ ରାଜସ୍ଥାନ ବିଧାନସଭାର ବିଶେଷ ଅଧିବେଶନ । ଏହା ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ତାଙ୍କର ପୂର୍ବତନ ସହଯୋଗୀ ତଥା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ହୋଇଛି ସାକ୍ଷାତ । ଦଳର ବରିଷ୍ଠ ନେତା ତଥା ସୋନିଆଙ୍କ ଦୂତ କେ.ସି.ବେଣୁଗୋପାଳଙ୍କ ଉପସ୍ଥିତିରେ ଗେହଲଟ୍ ଓ ପାଇଲଟ୍ ଏକାଠି ହୋଇଛନ୍ତି ।ଦୁହେଁ ପରସ୍ପରର ହାତ ମିଳାଇଛନ୍ତି ଓ ହସର ଫୁଆରା ଫୁଟାଇଛନ୍ତି । ମାତ୍ର ମାସ୍କ ତଳେ ଦୁଇ ନେତାଙ୍କ ହସ କୃତ୍ରିମ ନା ସ୍ବାଭାବିକ ତାହା ଭବିଷ୍ୟତ ହିଁ କହିବ।

ଗୁରୁବାର ସନ୍ଧ୍ୟାରେ ପାଇଲଟ୍ ଓ ତାଙ୍କର ସହଯୋଗୀ ବିଦ୍ରୋହୀ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ପହଞ୍ଚିଥିଲେ । ସେହିପରି ଗେହଲଟଙ୍କ ଗୋଷ୍ଠୀର ବିଧାୟକମାନଙ୍କୁ ହୋଟେଲରୁ ସିଧା ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନିଆଯାଇଥିଲା ।  ବିଧାନସଭା ଅଧିବେଶନ ପ୍ରଥମ ଦିନ ଅର୍ଥାତ୍ ଆସନ୍ତାକାଲି ବିଜେପି ଅଶୋକ ଗେହଲଟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଘୋଷଣା କରିଛି । ବିରୋଧୀଦଳ ନେତା ଗୁଲାବ ଚନ୍ଦ୍ର କଟାରିଆ ଏହି ଘୋଷଣା କରିବା ସହ କହିଛନ୍ତି ଯେ ବିଜେପି ନିଜ ସହଯୋଗୀମାନଙ୍କ ସହ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଯାଉଛି ।

ଏହି ସ୍ଥିତିରେ ପାଇଲଟଙ୍କ ଘରବାହୁଡ଼ା ସାଙ୍ଗକୁ ଗେହଲଟଙ୍କ ପାଇଁ ଆଉ ଏକ ଭଲ ଖବର ବି ପହଞ୍ଚିଛି । କଂଗ୍ରେସ ଦଳରେ ବିଲୀନ ହୋଇଥିବା ବିଏସପିର ୬ ବିଧାୟକ ମଧ୍ୟ ବିଧାନସଭା ଅଧିବେଶନରେ ଭାଗ ନେଇ ପାରିବେ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି ।

ଏଠାରେ ଉଲ୍ଲେଖ ଅନାବଶ୍ୟକ ଯେ ସଚିନ ପାଇଲଟ ଓ ତାଙ୍କ ସମର୍ଥକ ବିଦ୍ରୋହୀ ବିଧାୟକମାନଙ୍କ ଯୋଗୁଁ ରାଜସ୍ଥାନରେ ରାଜନୈତିକ ସଙ୍କଟ ଗୁରୁତର ହୋଇଥିଲା । ମାତ୍ର ରାହୁଳ-ପ୍ରିୟଙ୍କାଙ୍କ ସହ ପାଇଲଟଙ୍କ ଆଲୋଚନା ପରେ ଆପାତତଃ ଏହି ବିପଦ ଦୂରେଇ ଯାଇଛି ଓ କଂଗ୍ରେସ ଆଶ୍ଵସ୍ତିର ନିଶ୍ଵାସ ନେଇଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories