ବେଗୁନିଆ : ବେଗୁନିଆ ଥାନା ଅଞ୍ଚଳରେ ଦେଶୀ ମଦ କାରବାର ଦିନକୁଦିନ ବୃଦ୍ଧି ପାଉଛି l ବିଭିନ୍ନ ଜାଗାରେ ମଦ ରନ୍ଧାଯାଇ ବାହାର ଅଞ୍ଚଳକୁ ପଠାଯାଉଛି l ଆଜି ଖୋର୍ଦ୍ଧା ଅବକାରୀ ଇନସ୍ପେକ୍ଟର ରଞ୍ଜନକୁମାର ନାୟକ ଏବଂ ଟାଙ୍ଗୀ ଏସ୍ ଆଇ ବି ମନୋଜ କୁମାର ଓ କର୍ମଚାରୀମାନେ ବେଗୁନିଆ ଥାନା ଅଞ୍ଚଳର ବିଭିନ୍ନ ଜାଗାରେ ଚଢ଼ାଉ କରି ୭୦ ଲିଟର ଦେଶୀ ମଦ ସହିତ ଏକ ସ୍କୁଟି ଜବତ କରିଥିବାବେଳେ ୩ଜଣଙ୍କୁ ଗିରଫ କରାଯାଇଛି l ବେଗୁନିଆ ଥାନା ଅନ୍ତର୍ଗତ ମୁଗମଣ୍ଡା ଗ୍ରାମର ସୁରେଶ ସାମନ୍ତରାୟଙ୍କୁ ଗିରଫ କରିଥିବାବେଳେ ତାଙ୍କଠାରୁ ୧୦ ଲିଟର, ମାଣିକପୁରପାଟଣl ଆଖୁପଦର ଗ୍ରାମରୁ ପାଣ୍ଡଵ ମହାପାତ୍ରଙ୍କୁ ଗିରଫ କରି ତାଙ୍କଠାରୁ ୧୦ ଲିଟର ଏବଂ ପିଚୁକୁଳି ଅସରଳା ରାସ୍ତାରେ ପିଚୁକୁଳିର ସମୀର ବରାଡ଼ଙ୍କୁ ଗିରଫ କରି ତାଙ୍କଠାରୁ ୫୦ ଲିଟର ଦେଶୀମଦ ସହ ଏକ ସ୍କୁଟି ପୁଲିସ୍ ଜବତ କରିଛି l
Popular Categories



