www.samajalive.in
Wednesday, December 10, 2025
16.1 C
Bhubaneswar

କରୋନା ସୁରକ୍ଷା ସରଞ୍ଜାମ ଉତ୍ପାଦନ : ଆତ୍ମନିର୍ଭର ଭାରତ ଓ ମେକ୍‍-ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିଛି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ଅନୁଷ୍ଠାନକୁ ୩ କୋଟିରୁ ଊର୍ଦ୍ଧ୍ବ ଏନ-୯୫ ମାସ୍କ ଓ ୧ କୋଟି ୨୮ ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ(ପିପିଇ କିଟ୍) ଯୋଗାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ଡାକ୍ତରୀ ସରଞ୍ଜାମମାନ ଯୋଗାଇ ଦିଆଯାଉଛି। ପ୍ରଥମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅଧିକାଂଶ ଚିକିତ୍ସା ସାମଗ୍ରୀ ଦେଶରେ ନିର୍ମିତ ହୋଇପାରୁ ନଥିଲା। ସେଗୁଡ଼ିକର ବର୍ଦ୍ଧିତ ଚାହିଦା ଯୋଗୁଁ ଆନ୍ତର୍ଜାତିକ ବଜାରରେ ସେଗୁଡ଼ିକର ମଧ୍ୟ ଅଭାବ ଦେଖାଦେଇଥିଲା। ସ୍ୱାସ୍ଥ୍ୟ
ମନ୍ତ୍ରଣାଳୟ, ବୟନଶିଳ୍ପ ମନ୍ତ୍ରଣାଳୟ ଓ ଔଷଧ ଉତ୍ପାଦନ ମନ୍ତ୍ରଣାଳୟ ତଥା ଡିଆର୍‍ଡିଓ ଏବଂ ଅନ୍ୟ ସଂସ୍ଥାଗୁଡ଼ିକର ମିଳିତ ଉଦ୍ୟମରେ ଦେଶୀୟ
ଶିଳ୍ପଗୁଡ଼ିକ ଦ୍ୱାରା ଏବେ ଏହି ସବୁ ସରଞ୍ଜାମଗୁଡ଼ିକର ଉତ୍ପାଦନ କରାଯାଉଛି। ଏ କ୍ଷେତ୍ରରେ ସରକାର ସେହିସବୁ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହିତ
କରୁଛନ୍ତି।
ଦେଶରେ ବର୍ତ୍ତମାନ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ, ଏନ-୯୫ ମାସ୍କ ଓ ଭେଣ୍ଟିଲେଟରମାନ ନିର୍ମାଣ କରାଯାଉଛି। ଫଳସ୍ୱରୂପ ଆତ୍ମନିର୍ଭର
ଭାରତ ଓ ମେକ୍‍-ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ମଧ୍ୟ ଅଧିକ ସୁଦୃଢ଼ ହୋଇଛି ଓ କେନ୍ଦ୍ର ସରକାର ଯୋଗାଉଥିବା ସାମଗ୍ରୀଗୁଡ଼ିକ ମଧ୍ୟରୁ ଅଧିକାଂଶ ଏବେ
ଦେଶରେ ନିର୍ମାଣ କରାଯାଇ ପାରୁଛି। ମନ୍ତ୍ରଣାଳୟ କହିଛି, ଦେଶରେ ନିର୍ମିତ ୨୨ ହଜାରରୁ ଊର୍ଦ୍ଧ୍ବ ଭେଣ୍ଟିଲେଟର ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ
ଅଞ୍ଚଳ ଓ କେନ୍ଦ୍ରୀୟ ଅନୁଷ୍ଠାନକୁ ଯୋଗାଇ ଦିଆଯାଇଛି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories