www.samajalive.in
Friday, December 12, 2025
15.1 C
Bhubaneswar

ଦୁଷ୍କର୍ମ ଅଭିଯୋଗରେ ଯୁବକ କୋର୍ଟ ଚାଲାଣ

କଲମପୁର: ଜନୈକା ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକକୁ ପୁଲିସ ଗିରଫ କରିବା ସହ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗୋପାଳପୁର ପଂଚାୟତ ଅଧିନସ୍ଥ କୁମଜୋର ଗ୍ରାମର ଜନୈକା ଯୁବତୀ ଏକ ଟ୍ରାକ୍ଟରରେ ଶ୍ରମିକ ଭାବେ ନିୟୋଜିତ ହେଇ କାମ କରୁଥିଲେ। ଏହି ଯୁବତୀ ପ୍ରତି ଟ୍ରାକ୍ଟର ମାଲିକ ବୋଲାଉଥିବା ଗୋପାଳପୁର ପଂଚାୟତ ଭଟାଗୁଡାର ଜିତେନ୍ଦ୍ର ନାଏକ ଗତ ଶୁକ୍ରବାର ଦିନ ଘରେ କେହି ନଥିବା ସୁଯୋଗରେ ସେହି ଯୁବତୀ ସହ ଦୁଷ୍କର୍ମ କରିଥିଲା।

ଥାନାରେ ଦିଆଯାଇଥିବା ଏତଲା ଅନୁସାରେ ଶୁକ୍ରବାର ଦିନ ଶ୍ରମିକମାନେ କାମ କରିବା ପରେ ମଧ୍ୟାହ୍ନରେ ଖାଇବା ପାଇଁ ଘରକୁ ଯିବାକୁ ବାହାରି ଥିଲେ। ଏହି ସମୟରେ ଜିତେନ୍ଦ୍ର ଟ୍ରାକ୍ଟର ପରିବର୍ତେ ନିଜ ବାଇକରେ ଯୁବତୀମାନଙ୍କୁ ବସାଇ ସେମାନଙ୍କ ଘରକୁ ନେଇ ଛାଡିଥିଲା। ଏହି ସମୟରେ ଅଭିଯୋଗକାରୀ ଝିଅ ଘରେ କେହି ପରିବାର ଲୋକ ନଥିବା ଫଳରେ ସେ ଦୁଷ୍କର୍ମ କରିଥିଲା। ଏ ନେଇ ପରିବାର ଲୋକ ଜାଣିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆପୋଷ ଆଲୋଚନା ମଧ୍ୟମରେ ସମାଧାନ ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା। ଏପରିକି ଥାନାକୁ ଏତଲା ଦେବା ପାଇଁ ଯିବାକୁ ବାହାରିବା ବେଳେ ଯୁବକଙ୍କ ପରିବାର ତରଫରୁ ପିଡିତାର ବାପାଙ୍କ ବାଟ ଓଗାଳୁଥିବା ପିଡିତାର ବାପା ଗଣମାଧ୍ୟମ ନିକଟରେ ସୁଚନା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ କରି ଯୁବକ ଜିତେନ୍ଦ୍ରକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories