www.samajalive.in
Friday, December 12, 2025
15.1 C
Bhubaneswar

ଶାରଦୀୟ ଦୁର୍ଗାପୂଜା ପାଇଁ ମୃର୍ତ୍ତିକା ଅନୁକୁଳ

ଆଠଗଡ : ଆଠଗଡ ସହରର ରାସରସିକପୁର ସାହିରେ ଶାରଦୀୟ ଦୁର୍ଗାପୂଜା ଲାଗି ପବିତ୍ର ଜନ୍ମାଷ୍ଟମୀ ତିଥିରେ ମଙ୍ଗଳବାର ମୃର୍ତ୍ତିକା ଅନୁକୁଳ କାର୍ଯ୍ୟ କୋଭିଡ କଟକଣା ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି। କରୋନା ଭୂତାଣୁ ସଂକ୍ରମଣର ବ୍ୟାପକତାକୁ ଲକ୍ଷ ରଖି ଚଳିତବର୍ଷ ଦୁର୍ଗାପୂଜା ଅତ୍ୟନ୍ତ ନିରାଡମ୍ବର ଭାବେ କେବଳ ପାରମ୍ପରିକ ପୂଜାନୀତି ସହିତ ସଂପୂର୍ଣ୍ଣ କରିବା ପାଇଁ ସାହି କମିଟି ପକ୍ଷରୁ ପୂର୍ବରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ତେବେ ଦୁର୍ଗାପୂଜା ଲାଗି ମୃର୍ତ୍ତିକା ଅନୁକୁଳ କାର୍ଯ୍ୟ ବିଧି ମୁତାବକ କରାଯାଇଛି। ରାଧାକୃଷ୍ଣ ମଠରେ ବିଜେ ରାଧାରସିକ ଦେବଙ୍କ ପୂଜାର୍ଚ୍ଚନା ପରେ ଗ୍ରାମ ଦେବତୀ ଭୁଆସୁଣି ଦେବୀଙ୍କର ମାର୍ଜନା କରାଯାଇଥିଲା। ଘଣ୍ଟ ଘଣ୍ଟା ସହିତ କର୍ତ୍ତା ନବକିଶୋର ରାଉତ ଏବଂ ପୂଜକ ସଂଜିତ ରଞ୍ଜନ ଦାଶ ଓ ପଣ୍ଡିତ ମାନସ ରଞ୍ଜନ ପଣ୍ଡା ରାଧାନାଥପୁର ଶାସନ ପୋଖରୀ କୂଳରେ ପାରମ୍ପରିକ ପୂଜାର୍ଚ୍ଚନା କରି ମା ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମା ଲାଗି ମୃର୍ତ୍ତିକା ଅନୁକୁଳ କାର୍ଯ୍ୟ ସଂପନ୍ନ କରିଥିଲେ। ଏଥିରେ ସାହି ପୂଜା କମିଟିର ସଦସ୍ୟ ମିହିର କୁମାର ତ୍ରିପାଠୀ, ହେମନ୍ତ କୁମାର ଦଳାଇ, ଲକ୍ଷ୍ମୀଧର ସ୍ୱାଇଁ, ସୁଧାଂଶୁ ଶେଖର ଦଳାଇ, ଦିଲ୍ଲୀପ କୁମାର ବାରିକ, ବିଷ୍ଣୁଚରଣ ଜେନା ଓ ଦେବରାଜ ଜେନା ପ୍ରମୁଖ ସହଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories