www.samajalive.in
Saturday, December 13, 2025
17.1 C
Bhubaneswar

ଜାଲ୍‍ ପ୍ରମାଣପତ୍ର ଦେଇ ଚାକିରି, ଶିକ୍ଷୟତ୍ରୀଙ୍କ ନାମରେ ଥାନାରେ ଏତଲା

ଫୁଲବାଣୀ : ଜାଲ୍‍ ପ୍ରମାଣପତ୍ର ଦେଇ ଶିକ୍ଷକ ପଦବି ହାତେଇଥିବା ଜଣେ ଶିକ୍ଷୟତ୍ରୀ ତମଳା ବେହେରାଙ୍କ ନାମରେ ଆଜି ଫୁଲବାଣୀ ଟାଉନ୍‍ଥାନାରେ ଫୁଲବାଣୀ ଗୋଷ୍ଠି ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଏକ ଏତଲା ଦେଇଛନ୍ତି। ଏତଲା ପ୍ରକାରେ ପୁଲିସ୍‍ କେସ ନଂ ୧୦୨/୨୦ ଦଫା ୪୨୦,୪୬୮ ଓ ୪୭୧ରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି। ରିପୋର୍ଟ ଲେଖାହେବା ସୁଦ୍ଧା ତମଳା ବେହେରାକୁ ଗିରଫ କରାଯାଇନଥିବା ବେଳେ ତାଙ୍କ ଘର ଫୁଲବାଣୀ ଟାଉନଥାନା ଅନ୍ତର୍ଗତ ଡ଼ାକପାଲା ଅଂଚଳରେ ବୋଲି ପୁଲିସ୍‍ ସୂଚନା ଦେଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଜିଲାରେ ବିଭିନ୍ନ ଅଞ୍ଚଳରେ ଏଭଳି ଅନେକ ଜାଲ୍‍ ବିଭିନ୍ନ ପ୍ରକାର ପ୍ରମାଣପତ୍ର ଦେଇ ଚାକିରି କରିଥିବା ବେଳେ ପରବର୍ତ୍ତି ସମୟରେ ଥାନାରେ ଏତଲା ସହିତ ଅନେକ ମଧ୍ୟ ଗିରଫ ହୋଇଥିବାର ନଜିର ରହିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories