www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ନିରୋଧୀ ଗଦି; ୪ ଘଣ୍ଟାରେ ମରିବେ ଭୂତାଣୁ, ବ୍ୟବହାର କରୁଛନ୍ତି ଏହି ଦାମୀ ଫୁଟ୍‌ବଲର୍‌

ବାର୍ସିଲୋନା: ସମସ୍ତଙ୍କୁ ଘାରିଛି କରୋନା ଭୟ। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବିଶ୍ଵର ସବୁଠୁ ଦାମୀ ଫୁଟବଲ୍‌ ଖେଳାଳି ଲିଓନେଲ୍‌ ମେସୀ। ତେବେ ସେ କରୋନାରୁ ବର୍ତ୍ତିବା ଲାଗି ଏକ ସ୍ବତନ୍ତ୍ର ଉପାୟ ଆପଣାଇଛନ୍ତି। ନିଜେ ଏବଂ ପରିବାର ଲୋକଙ୍କୁ କରୋନା ଭୂତାଣୁଠାରୁ ରକ୍ଷା କରିବା ପାଇଁ ସେ ଏକ କରୋନା ନିରୋଧୀ ଗଦି ବ୍ୟବହାର କରୁଛନ୍ତି।

Image Courtesy: Timesnow

ମେସୀ ବ୍ୟବହାର କରୁଥିବା ଏହି କରୋନା ଭୂତାଣୁ ନିରୋଧୀ ଗଦିର ମୂଲ୍ୟ ପ୍ରାୟ ୮୮ ହଜାର ଟଙ୍କା। ରିପୋର୍ଟ ଅନୁସାରେ ଏହି ଗଦି କରୋନା ଭୂତାଣୁକୁ ୪ ଘଣ୍ଟାରେ ମାରିଦେଇଥାଏ। ଟେକ୍‌ ମୁନ୍‌ସ ନାମକ କମ୍ପାନୀ ଏହି ଗଦି ପ୍ରସ୍ତୁତ କରିଛି। ସ୍ପେନ୍‌ର କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମେସି ଟେକ୍‌ ମୁନ୍‌ସ କୋଭିଡ-୧୯ ଗଦିର ବ୍ୟବହାର କରୁଛନ୍ତି। ଆଟଲେଟିକୋ ମାଡ୍ରିଡ୍‌ର ଶାଉଲ ନିଗୁଏଜ୍ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି। ତେବେ କେବଳ ମେସି ନୁହନ୍ତି, ତାଙ୍କ ଟିମ୍‌ ସାଥୀ ସର୍ଗିଓ ଆଗୁରୋ ମଧ୍ୟ ଏହି ଗଦି ବ୍ୟବହାର କରୁଛନ୍ତି। କମ୍ପାନୀର ଦାବି ଅନୁସାରେ, ଏହି ଗଦିରେ ଶୋଇବା ପରେ ୪ ଘଣ୍ଟା ଭିତରେ ମଣିଷ ଶରୀରରେ ଥିବା କରୋନା ଭୂତାଣୁ ମରିଯିବ। ଏହି ଗଦିରେ ‘ଭାଇରୁକ୍ଲିନ’ ନାମକ ଏକ ସିଷ୍ଟମ ରହିଛି। ଏହି ସିଷ୍ଟମ ଟିସୁର ନାନୋ ପାର୍ଟିକିଲ୍ସ ଜରିଆରେ ମଣିଷ ଶରୀରରୁ ୯୯% ଭାଇରସ ଏବଂ କ୍ଷତିକାରକ ବ୍ୟାକ୍ଟେରିଆକୁ ମାରିଦେଇଥାଏ। ବର୍ତ୍ତମାନ ଫୁଟବଲ୍‌ ମ୍ୟାଚ୍‌ ଜାରି ରହିଥିବାରୁ ବିଶ୍ଵର ସମସ୍ତ ଫୁଟ୍‌ବଲ କ୍ଲବର ସଦସ୍ୟ, ଖେଳାଳି ଓ ଅନ୍ୟ କର୍ମକର୍ତ୍ତାମାନଙ୍କର ନିୟମିତ ବ୍ୟବଧାନରେ କରୋନା ଯାଞ୍ଚ କରାଯାଉଛି। କିନ୍ତୁ ମେସି ନିଜକୁ ଓ ତାଙ୍କ ପରିବାରକୁ ସୁରକ୍ଷିତ ରଖିବା ଲାଗି ଆଉ ପାଦେ ଆଗକୁ ଯାଇ କରୋନା ନିରୋଧୀ ଗଦି ବ୍ୟବହାର କରୁଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories