www.samajalive.in
Saturday, December 6, 2025
16.1 C
Bhubaneswar

ବିଜେପିର ପୂର୍ବତନ ଜିଲା ସଭାପତିଙ୍କୁ ଗୁଳି କରି ହତ୍ୟା

ବାଗପତ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏବଂ ତା’ର ସହଯୋଗୀମାନଙ୍କୁ ପୁଲିସ ଏନ୍‌କାଉଣ୍ଟର କରିବା ପରେ ବି ଉତ୍ତରପ୍ରଦେଶରେ ଅପରାଧ କମିବାରେ ନାଁ ନେଉନାହିଁ। ପ୍ରତିଦିନ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜଘନ୍ୟ ହତ୍ୟାକାଣ୍ଡ ଘଟୁଛି। ଏବେ ଏହାର ଶିକାର ହୋଇଛନ୍ତି ବିଜେପିର ପୂର୍ବତନ ଜିଲା ସଭାପତି ସଞ୍ଜୟ ଖୋଖର। ମଙ୍ଗଳବାର ଭୋର ସମୟରେ ସଞ୍ଜୟ ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ବାଗପତ ଜିଲା ତିଲୱାଡ଼ା ମାର୍ଗରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଛପରୌଲି ନିବାସୀ ସଞ୍ଜୟ ମଙ୍ଗଳବାର ସକାଳେ ମର୍ଣ୍ଣିଂ ୱାକରେ ଯାଉଥିବାବେଳେ ଘରଠାରୁ ଦେଢ଼ କିଲୋମିଟର ଦୂର ଏକ କ୍ଷେତ ନିକଟରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳର ଶତାଧିକ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସଞ୍ଜୟ ଆରଏସଏସର ପୂର୍ବତନ କାର୍ଯ୍ୟକର୍ତ୍ତା ମଧ୍ୟ ଥିଲେ। ସେହିପରି କକୋର କଲା ଗାଁର ଜୁନିୟର ହାଇସ୍କୁରେ ସେ ଶିକ୍ଷକତା ମଧ୍ୟ କରୁଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories