www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୪୫ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ୮୭୧ ରୋଗୀ ପ୍ରାଣ ହରାଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪୫ ହଜାର ୨୫୭ରେ ପହଞ୍ଚିଛି। ଅନ୍ୟପଟେ ଗତ ୨ ଦିନ ତୁଳନାରେ ଦୈନିକ ସଂକ୍ରମଣ ହ୍ରାସ ପାଇଛି। ରବିବାର ୬୪ ହଜାର, ସୋମବାର ୬୨ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ଏହା ହ୍ରାସ ପାଇ ୫୩ ହଜାର ୬୦୧କୁ ଖସିଛି। ଏହାକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୬୮ ହଜାର ୬୭୫କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ଏବେ ୬ ଲକ୍ଷ ୩୯ ହଜାର ୯୨୯ ସକ୍ରିୟ ରୋଗୀ ଥିବାବେଳେ ୧୫ ଲକ୍ଷ ୮୩ ହଜାର ୪୮୯ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବ୍‌ସାଇଟ୍‌ରେ ଦର୍ଶାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories