www.samajalive.in
Sunday, December 14, 2025
26.1 C
Bhubaneswar

ସରକାରଙ୍କ ଜନବିରୋଧି ନୀତିକୁ ବିରୋଧ କରି ପ୍ରତିବାଦ ଦିବସ

ସାରନଗରୀ : ଆଜି ଦକ୍ଷିଣ ରାଉରକେଲାରେ ସରକାରଙ୍କ ଜନବିରୋଧି ନିତୀ ବିରୋଧରେ ପ୍ରତିବାଦ ଦିବସ ପାଳନ କରାଯାଇଥିଲା। ସ୍ଥାନୀୟ ରଙ୍ଗୋଲି ଛକରେ ସିଆଇଟିୟୁ ସହବନ୍ଧିତ ଓଡ଼ିଶା କନଷ୍ଟ୍ରକସନ ୱାର୍କସ ୟୁନିୟନ କର୍ମୀଙ୍କ ସହ ଆଇଏନଟିୟୁସି, ଏଚ୍‌ଏମ୍‌ଏସ, ଏଆଇଟିୟୁସି,ଏଆଇୟୁଟିୟୁସି, ଜିଏମଏମ ଓ ସିଅର କର୍ମୀ ମାନେ ଏକଜୁଟ ହୋଇ ମିଳିତ ବିକ୍ଷୋଭରେ ଅଶଂଗ୍ରହଣ କରିଥିଲେ। ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପକୁ ଘୋର ନିନ୍ଦା କରିବା ସହ ସରକାର ବିରୋଧି ସ୍ଲୋଗାନ ଦିଆଯାଇଥିଲା।

ସରକାରୀ କଳକାରଖାନାରେ ଘରୋଇକରଣ ବନ୍ଦ କରିବା, ଆବଶ୍ୟକ ସାମଗ୍ରୀର ବିପଣନ ନିତୀ ପ୍ରତ୍ୟାହାର କରିବା, ନିଯୁକ୍ତି ପ୍ରକ୍ରିୟାର ସଙ୍କୋଚନ ବନ୍ଦ କରିବା, କରୋନା ଚିକିତ୍ସା ଆଳରେ ଅନ୍ୟ ରୋଗୀଙ୍କ ଚିକିତ୍ସାରେ ଅବହେଳା ଓ ଶୋଷଣ ବନ୍ଦ କରିବା, ସବୁ ପରିବାରକୁ ୭୫୦୦ ଟଙ୍କା ସହ ମୁଣ୍ଡ ପିଛା ୧୦ କିଲୋ ଚାଉଳ ପ୍ରଦାନ, ଶ୍ରମ କୋର୍ଡ ଓ ସଂଶୋଧିତ ବିଦ୍ୟୁତ ଆଇନର ପ୍ରତ୍ୟାହାର, ସ୍କିମ ୱାର୍କରଙ୍କ ପରିବାରର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଓ ସମସ୍ତ ସ୍କିମ ଶ୍ରମିକ ମାନଙ୍କୁ ୫୦ଲକ୍ଷ ଟଙ୍କାର ବୀମାଭୁକ୍ତ କରିା ସହ ମନରେଗା କାମରେ ସର୍ବନିମ୍ନ ମଜୁରୀ ଓ ବର୍ଷକୁ ୨୦୦ ଦିନର କାମ ଯୋଗାଇ ଦେବା, କୃଷକ ମାନଙ୍କୁ ରୁଣ ପ୍ରଦାନ କରିବା ଆଦି ଦାବି କେନ୍ଦ୍ର ସରକାରଙ୍କ ନିକଟରେ କରାଯାଇଥିଲା।

- Advertisement -

ଏହି ବିକ୍ଷୋଭରେ ସାଥି ଅଜୟ ଶର୍ମା, ଅରୁ ଦାସ, ବିନୟ ବେହୁରା, ଶେଖର ଶର୍ମା, ଉପେନ୍ଦ୍ର ତ୍ରିପାଠୀ, ବି.ବି.ଗିରି, ଅଲେଖ ସାହାଣୀ, ପି.ସି. ପ୍ରଧାନ, ନାରାୟଣ ବେହେରା, ସୁଶାନ୍ତ କୁମାର, ବିଷ୍ଣୁ ପ୍ରଧାନ ଓ ଅନ୍ୟ କର୍ମୀ ଉପସ୍ଥିତ ରହି ପ୍ରତିବାଦ ଦିବସରେ ନିଜକୁ ଦାମିଲ କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories